ଓଡିଶା

odisha

ETV Bharat / state

ଅଚଳ ଏଟିଏମର କାର୍ଯ୍ୟକ୍ଷମ ନେଇ ଆନ୍ଦୋଳନର ଚେତାବନୀ ଦେଲେ ଗ୍ରାହକ - balesore

ବାଲେଶ୍ବର ଜିଲ୍ଲା ସିଂଲ ଥାନା ଅଞ୍ଚଳରେ ବନ୍ଦ ହୋଇପଡିଛି ଏଟିଏମ ସେବା । ଏଟିଏମ ଲୁଟର ଦୀର୍ଘ ଦିନ ପରେ ମଧ୍ୟ କାର୍ଯ୍ୟକ୍ଷମ ନ ହେବାରୁ ଶେଷରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଗ୍ରାହକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : May 11, 2019, 1:54 PM IST

ବାଲେଶ୍ୱର: ଏଟିଏମ ସେବାକୁ ନେଇ ହନ୍ତସନ୍ତ ବାଲେଶ୍ବର ଜିଲ୍ଲା ସିଂଲ ଥାନା ଅଞ୍ଚଳବାସୀ । ଦୀର୍ଘ ଦିନ ଧରି ଅଚଳ ପଡିରହିଛି ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମ । ତେଣେ ଖରାତରାରେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି ଗ୍ରାହକ । ତେଣୁ ଏହାର ତୁରନ୍ତ କାର୍ଯ୍ୟକ୍ଷମ କରିବା ନହେଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାହକ ।

ଉଚ୍ଚ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଯୋଗୁଁ ଏଟିଏମ କାର୍ଯ୍ୟକ୍ଷମ ହୋଇପାରୁନଥିବା ଅଭିଯୋଗ ଆଣିଛନ୍ତି ଗ୍ରାହକ । ଆଉ ଯଦି ଏକ ସପ୍ତାହ ଭିତରେ ଏଟିଏମ୍ କାର୍ଯ୍ୟକ୍ଷମ କରିବାକୁ ଦାବି କରାଯାଉଛି । ଏଥିସହିତ ରାତ୍ରି ଜଗୁଆଳ ବ୍ୟବସ୍ଥା କରାନଗଲେ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାନୁଯାୟୀ, ଗତ ମାର୍ଚ୍ଚ 18ରେ ସିଂଲା ଥାନା ଭାରତୀୟ ଷ୍ଟେଟବ୍ୟାଙ୍କ କାଣ୍ଡଗା ଶାଖାରୁ କିଛି ଦୁର୍ବୃତ୍ତ ଏଟିଏମ ଲୁଟ କରିଥିଲେ । ଘଟଣାକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଆଜି ହୋଇପାରିନାହିଁ କାର୍ଯ୍ୟକ୍ଷମ । ଆଉ ପ୍ରତ୍ୟେକଙ୍କ ଟଙ୍କା ଆବଶ୍ୟକ ହେଉଥିବା ବେଳେ ପ୍ରଚଣ୍ଡ ଖରାରେ ଆସି ନିରାଶ ହେବାକୁ ପଡୁଛି । ସେପଟେ, ଏଟିଏମ ସେବା ପାଇଁ ବ୍ୟାଙ୍କ ବାର୍ଷିକ 150 ଟଙ୍କା ନେଉଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ କିନ୍ତୁ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି।

ସେପଟେ, ଏନେଇ ବ୍ୟାଙ୍କ ମ୍ୟାନେଜରଙ୍କୁ ପଚାରିବାରୁ ଖୁବ ଶୀଘ୍ର ଏଟିଏମ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details