ବାଲେଶ୍ବର: କୋରୋନା ଭ୍ୟାକ୍ସିନ ଆସିବା ପୂର୍ବରୁ ସାରା ଦେଶରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଏଥିଲାଗି ସାରା ଦେଶରେ ଜାରି ରହିଛି ଡ୍ରାଏରନ୍ । ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଡ୍ରାଏରନ୍ କରାଯାଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିସର ଏକ ସ୍ଥାନ ନିରୂପଣ କରାଯାଇଥିବା ବେଳେ ନିର୍ଦ୍ଧାରିତ ସ୍ଥାନରେ ଆବଶ୍ୟକ ମୁତାବକ ତିନୋଟି ରୁମ୍ ରହିଥିବା ସହ ଏକ ଲ୍ୟାବ ରହିଛି । ଏହା ସହ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ପ୍ରସ୍ତୁତ କରି ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରଦାନ କରାଯିବ।