ଓଡିଶା

odisha

By

Published : Oct 22, 2019, 2:53 PM IST

ETV Bharat / state

ସ୍ତ୍ରୀକୁ ପିଟିପିଟି ମାରିଦେଲା ନିଶାସକ୍ତ ସ୍ୱାମୀ

ମାତୁଆଲ ସ୍ବାମୀ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଏ ଭଳି ଅଭାବନୀୟ ଘଟଣା ଘଟିଛି। ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

ବାଲେଶ୍ଵର: ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ। ନୀଳଗିରି ଥାନା ଅନ୍ତର୍ଗତ ଗୋପୀନାଥପୁର ନୂଆସାହି ଆଦିବାସୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ପୂର୍ଣ୍ଣଚନ୍ଦ୍ର ସିଂ ନାମକ ଯୁବକ ନିଶାସକ୍ତ ଅବସ୍ଥାରେ ଗତକାଲି ରାତିରେ ତାଙ୍କ ସ୍ତ୍ରୀ ସୁକାନ୍ତିଙ୍କ ସହିତ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୂର୍ଣ୍ଣଚନ୍ଦ୍ର ସୁକାନ୍ତିଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଥିଲା। ସୁକାନ୍ତିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି। ସକାଳେ ପୂର୍ଣ୍ଣଚନ୍ଦ୍ରଙ୍କ ନିଶା ଛାଡିବା ପରେ ପଶ୍ଚାତାପ କରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details