ଓଡିଶା

odisha

ETV Bharat / state

ବାଲେଶ୍ବରରେ ନିଶାମୁକ୍ତି ଅଭିଯାନ ଆରମ୍ଭ: ବିଭିନ୍ନ ଦୋକାନରେ ଅତର୍କିତ ଚଢାଉ, ଜୋରିମାନା ଆଦାୟ - ବାଲେଶ୍ବରରେ ନିଶାମୁକ୍ତି ଅଭିଯାନ ଆରମ୍ଭ

ସର୍ବସାଧାରଣ ସ୍ଥାନ ଓ ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ସାମଗ୍ରୀ ବିକ୍ରି ଉପରେ ରୋକ । ବାଲେଶ୍ବରର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଚଢାଉ । ଅଧିକ ପଢନ୍ତୁ

ତମାଖୁ ସାମଗ୍ରୀ ବିକ୍ରି ଉପରେ ରୋକ : ବାଲେଶ୍ବରରେ ନିଶାମୁକ୍ତି ଅଭିଯାନ ଆରମ୍ଭ
ତମାଖୁ ସାମଗ୍ରୀ ବିକ୍ରି ଉପରେ ରୋକ : ବାଲେଶ୍ବରରେ ନିଶାମୁକ୍ତି ଅଭିଯାନ ଆରମ୍ଭ

By

Published : Dec 11, 2021, 4:03 PM IST

ବାଲେଶ୍ଵର : ସର୍ବସାଧାରଣ ସ୍ଥାନ ଓ ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ସାମଗ୍ରୀ ବିକ୍ରି ଉପରେ ରୋକ ଲଗାଇବା ପାଇଁ ଏବେ ନିଆଯାଉଛି ପଦକ୍ଷେପ। ଏନେଇ ବାଲେଶ୍ଵର ସହରରେ ମଧ୍ୟ ପୂର୍ବରୁ କେବେ ନିୟମ କଡାକଡି କରାଯାଇ ନାହିଁ କି ଚଢାଉ ମଧ୍ୟ କରାଯାଇନାହିଁ । ଦୀର୍ଘ ବର୍ଷ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତମାଖୁ ନିୟନ୍ତ୍ରଣ ପରାମର୍ଶଦାତାଙ୍କ ପଦ ଫାଙ୍କା ରହିଥିଲା। ସେଥିପାଇଁ ତମାଖୁ ଆଇନ ବାଲେଶ୍ଵରରେ କାର୍ଯ୍ୟକାରୀ ହେବାରେ ବ୍ୟତିକ୍ରମ ଦେଖାଦେଉଥିଲା ।

ତେବେ ଚଳିତ ବର୍ଷ ଅକ୍ଟୋବରରେ ଜିଲ୍ଲା ତମାଖୁ ନିୟନ୍ତ୍ରଣ ପରାମର୍ଶଦାତା ପଦ ପୂରଣ ହେବା ପରେ ପ୍ରଥମ ପର୍ଯ୍ୟାୟରେ ବାଲେଶ୍ଵର ପୌରାଞ୍ଚଳରେ 'କଟପା' (Cigarettes and Other Tobacco Products Act) ନିୟମକୁ ନେଇ ସଚେତନ ଓ ଚଢାଉ ଆରମ୍ଭ ହୋଇଛି। ଦୁଇ ଥର ଚଢାଉରେ ୨୯ ଜଣ କ୍ଷୁଦ୍ର ଦୋକାନୀଙ୍କଠୁ ୩ ହଜାର ୫ ଶହ ଟଙ୍କା ଜରିମାନା ମଧ୍ୟ ଆଦାୟ ହୋଇଛି । ଏହାସହିତ ତମାଖୁ ଜାତୀୟ ଦ୍ରବ୍ଯ ମଧ୍ୟ ଜବତ କରାଯାଇଛି। ଚଳିତ ମାସ ୩ ତାରିଖରୁ ତମାଖୁ ମୁକ୍ତ ବାଲେଶ୍ଵର ପାଇଁ ଚଢାଉ ଏବଂ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ବିଭାଗ, ପୋଲିସ, ତହସିଲଦାର, ଡ୍ରଗ୍ ଇନ୍ସପେକ୍ଟର, ପୌରପାଳିକାରୁ ଏକ ୧୦ ଜଣିଆ ଟିମ ଏହି ଚଢାଉରେ ସାମିଲ ରହିଛନ୍ତି। ସମସ୍ତଙ୍କ ଭିତରେ ସଚେତନତା ସୃଷ୍ଟି ପାଇଁ ପ୍ରଥମେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details