ଓଡିଶା

odisha

ETV Bharat / state

ବାଲେଶ୍ୱର ଜିଲ୍ଲାର ଡ୍ରେନେଜ ସୁବିଧା ପାଇଁ ଅର୍ଥ ମଞ୍ଜୁର, ଲୁଣାପାଣି ରୋକିବାରେ ସହାୟକ ହେବ - ଡ୍ରେନେଜ୍‌ ଉନ୍ନତି କାର୍ଯକ୍ରମ

ବାଲେଶ୍ୱର ଜିଲ୍ଲାର ଡ୍ରେନେଜ ସୁବିଧା ପାଇଁ ଅର୍ଥ ମଞ୍ଜୁର । ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ୫ ବର୍ଷ ପାଇଁ 'ଡ୍ରେନେଜ୍‌ ଉନ୍ନତି କାର୍ଯକ୍ରମ"ରେ ଆଉ ୧୪୦୦ କୋଟି ଟଙ୍କା ବ୍ୟୟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ଅଧିକ ପଢ଼ନ୍ତୁ

'ଡ୍ରେନେଜ୍‌ ଉନ୍ନତି କାର୍ଯକ୍ରମ', ୧୪୦୦ କୋଟି ଟଙ୍କା ବ୍ୟୟ ଅନୁମୋଦନ
'ଡ୍ରେନେଜ୍‌ ଉନ୍ନତି କାର୍ଯକ୍ରମ', ୧୪୦୦ କୋଟି ଟଙ୍କା ବ୍ୟୟ ଅନୁମୋଦନ

By

Published : Feb 18, 2023, 9:13 AM IST

'ଡ୍ରେନେଜ୍‌ ଉନ୍ନତି କାର୍ଯକ୍ରମ', ୧୪୦୦ କୋଟି ଟଙ୍କା ବ୍ୟୟ ଅନୁମୋଦନ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବିଜୁ ଜନତା ଦଳର ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଓଟି ରୋଡ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲେଶ୍ୱର ଜିଲ୍ଲାର ଡ୍ରେନେଜ ସୁବିଧା ପାଇଁ ଅର୍ଥ ମଞ୍ଜୁର ହୋଇଥିବା ଯୋଗୁଁ ଖୁସି ପ୍ରକାଶ ପାଇଥିଲା । ଯାହାକୁ ନେଇ ଜିଲ୍ଲା ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲା । ଓଡିଶାର ଉପକୂଳବର୍ତ୍ତୀ ୯ଟି ଜିଲ୍ଲାର ୧୭ଟି ଅବବାହିକା ଓ ୩ଟି ଅଣ ଅବବାହିକା ଅଞ୍ଚଳର ଚାଷ ଜମି ଜଳବନ୍ଦୀ ମୁକ୍ତ କରିବା ସହିତ ଜଳ ନିଷ୍କାସନ ପକ୍ରିୟା ତ୍ବରାନ୍ବିତ କରି ଜଳ ନିଷ୍କାସନ ସମସ୍ୟାର ନିରାକରଣ ପାଇଁ ୨୦୧୪- ୧୫ ରୁ ୨୦୧୮-୧୯ ଏହି ୫ ବର୍ଷ ପାଇଁ 'ଡ୍ରେନେଜ୍‌ ଉନ୍ନତି କାର୍ଯ୍ୟକ୍ରମ' କାର୍ଯ୍ୟକାରୀ କରାଯାଇଥିଲା ।

ଏହି ଯୋଜନାରେ ୫୦୦ କୋଟି ଟଙ୍କା ବ୍ୟୟ କରାଯାଇ ଡ୍ରେନେଜ୍ ଉନ୍ନତି କାର୍ଯ୍ୟକ୍ରମ ୨୦୧୯-୨୦ରୁ ୨୦୨୨-୨୩ ପର୍ଯ୍ୟନ୍ତ କରାଯିବା ପାଇଁ ଅନୁମୋଦନ କରାଯାଇ ଥିବାବେଳେ ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ତଥା ଡ୍ରେନ ଗୁଡିକରେ ଅଧିକ ଫାର୍ମ ଲ୍ୟାଣ୍ଡ ବ୍ରିଜ ଗଠନ କରାଯିବା ଯୋଗୁଁ ଏହି ପ୍ରକଳ୍ପର ମୂଲ୍ୟ ବୃଦ୍ଧି କରାଯାଇ ଡ୍ରେନେଜ ଉନ୍ନତି କାର୍ଯ୍ୟକ୍ରମ ପାଇଁ ୨୦୨୩-୨୪ ସୁଦ୍ଧା ୫୦୦ କୋଟି ପରିବର୍ତ୍ତେ ୮୦୦ କୋଟି ଟଙ୍କା ବ୍ୟୟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ ।

ଆସନ୍ତା ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ୫ ବର୍ଷ ପାଇଁ 'ଡ୍ରେନେଜ୍‌ ଉନ୍ନତି କାର୍ଯ୍ୟକ୍ରମ"ରେ ଆଉ ୧୪୦୦ କୋଟି ଟଙ୍କା ବ୍ୟୟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହାଦ୍ଵାରା ୬ ହଜାର ୯୬୯ କିଲୋମିଟର ଦୈର୍ଘ୍ୟର ଡ୍ରେନେଜ୍ ଚ୍ୟାନେଲର ଖନନ ଉନ୍ନତି ତଥା ନବୀକରଣ କରାଯାଇ ୧ଲକ୍ଷ ୫ହଜାର ୮୬୮ ହେକ୍ଟର ଚାଷ ଜମିକୁ ଜଳବନ୍ଦୀ ମୁକ୍ତ କରାଯିବ । ୨୦୨୩-୨୪ ରୁ ୨୦୨୭-୨୮ ମଧ୍ୟରେ ୧୪୦୦ କୋଟି ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ଜିଲ୍ଲା ସମେତ ବାଲେଶ୍ବର ଜିଲ୍ଲାରେ ୬୩୪ କିମି ଡ୍ରେନେଜ୍ କାମ ସହିତ ୮୫୯୬ ହେକ୍ଟର ଜମି ପୁନରୁଦ୍ଧାର କରାଯିବ । ଯାହାଦ୍ବାରା ଚାଷୀ ଉପକୃତ ହେବେ ।

ଏହି ଯୋଜନା ଦ୍ବାରା ସମୁଦ୍ରକୁ ନିଷ୍କାସିତ ହେଉଥିବା ଡ୍ରେନେଜ୍‌ ଚ୍ୟାମ୍ବର ଭିତରେ ଲୁଣି ପାଣିର ପ୍ରବେଶକୁ ନିୟନ୍ତ୍ରଣ କରାଯିବା । ଏହାସହ ବିଭିନ୍ନ ଅଞ୍ଚଳରୁ ଅଧିକ ପ୍ରବାହିତ ଜଳସ୍ରୋତକୁ ନିଷ୍କାସନ କରିବା ସହ କିଛି ସହରାଞ୍ଚଳରୁ ପ୍ରାକୃତିକ ଜଳ ନିଷ୍କାସନ ଚ୍ୟାନେଲ ମାଧ୍ୟମରେ ମଧ୍ୟ ଜଳ ସୁରୁଖୁରୁରେ ନିଷ୍କାସନ ହୋଇପାରିବ । ଏଥିପାଇଁ ସାମ୍ବାଦିକ ସମ୍ମିଳନୀରେ ମ୍ୟୁନିସିପାଲିଟି ଅଧ୍ୟକ୍ଷା ସବିତା ସାହୁ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ବରଦା ପ୍ରସନ୍ନ ପଟ୍ଟନାୟକ, ଗୌରୀ ରାଉତ, ଭୁବନା ନନ୍ଦ ଦାସ, ସନ୍ତୋଷ ଖଟୁଆ, ଶତ୍ରୁଘ୍ନ ମଲ୍ଲିକ, ଆଲୋକ କୁମାର ସାହୁ, ସୂର୍ଯ୍ୟକାନ୍ତ କର, ସୁନୀତା ବେହେରା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details