ବାଲେଶ୍ଵର: ଜିଲ୍ଲାର କୋଭିଡ ସ୍ଥିତି ଓ ମୁକାବିଲା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଲକଡାଉନ ଓ ସଟଡାଉନ ନିୟମକୁ ପାଳନ କରିବା ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି । ସାଧାରଣ ଲୋକଙ୍କ ମଧ୍ୟରେ ଏବେବି କରୋନାର ଭୟାବହତା ନେଇ ସଚେତନତା ସୃଷ୍ଟି ହୋଇନାହିଁ ।
ଏଥିପାଇଁ ବ୍ୟାପକ ସଚେତନତା ଆବଶ୍ୟକ ରହିଛି । ସେହିପରି ପୌରପାଳିକା ପକ୍ଷରୁ ଆଶା ଓ ଅଙ୍ଗନବାଡି କର୍ମୀମାନେ ଅକ୍ସିମିଟର ନେଇ ଘରଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି । ମେଡିକାଲରେ କୋଭିଡ ସଂକ୍ରମିତଙ୍କ ପାଇଁ ଅକ୍ସିଜେନ ଠାରୁ ଆରମ୍ଭ କରି 24 ଘଣ୍ଟିଆ ଡାକ୍ତରୀ ଟିମ ନିୟୋଜିତ ରହିଛନ୍ତି । ଯଦି କେହି ସାମାନ୍ୟ ରୋଗର ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାପାଇଁ କୁହାଯାଇଛି ।