ବାଲେଶ୍ଵର: ଜିଲ୍ଲାର ତାମୂଳିଆ ଓଭର ବ୍ରିଜର ଶେଷ ଭାଗରେ ଗାତ ସୃଷ୍ଟି ହୋଇଛି । 2ଦିନ ଲଗାଣ ବର୍ଷା ଯୋଗୁଁ ଏପରି ବିପଦପୂର୍ଣ୍ଣ ଗାତ ସୃଷ୍ଟି ହୋଇଥିବା ଜଣାପଡିଛି।
ତାମୂଳିଆ ପୋଲରେ ଗାତ, ନିମ୍ନ ମାନର କାମ ହୋଇଥିବା ଅଭିଯୋଗ - ନିମ୍ନ ମାନର କାମ
ଫେବୃଆରୀ ମାସରେ ଉଦ୍ଘାଟିତ ହୋଇଥିବା ବାଲେଶ୍ବର ଜିଲ୍ଲାର ତାମୂଳିଆ ପୋଲରେ ଗାତ ସୃଷ୍ଟି ହୋଇଛି । ଲଗାଣ ବର୍ଷାରେ ଗାତ ସୃଷ୍ଟି ହୋଇଥିବା ସୂଚନା ରହିଥିବା ବେଳେ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ତାମୂଳିଆ ପୋଲରେ ଗାତ
ଗତ ଫେବୃଆରୀ ମାସ 13 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହି ପୋଲ ଉଦଘାଟିତ ହୋଇଥିଲା । ପୋଲରେ ଦୁଇମାସ ଧରି ବଡ ଗାଡି ଯିବା ଆସିବା ବନ୍ଦ କରାଯାଇଥିଲା । ହେଲେ ଏବେ ବଡ଼ ଗାଡି ଯିବା ଆସିବା କରୁଥିଲେ ମଧ୍ୟ ପୋଲର ଏମିତି ଅବସ୍ଥାକୁ ଦେଖି ଠିକାଦାରଙ୍କ ନିମ୍ନ ମାନର କାମ ସ୍ପଷ୍ଟ ବାରି ହୋଇ ପଡୁଛି । ତୁରନ୍ତ ପୋଲ ମରାମତି ପାଇଁ ସାଧାରଣରେ ଦାବି ହୋଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ