ବାଲେଶ୍ବର: ଜିଲ୍ଲା ସ୍ବାସ୍ଥ୍ୟ ସମିତି ବୈଠକରେ ସମିତିର ଚେୟାରମ୍ୟାନ ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମେଡିକାଲ ତଥା ମେଡିକାଲ କଲେଜର ବିଭିନ୍ନ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସେ ସବୁର ତୁରନ୍ତ ସମାଧାନ ପାଇଁ କହିଥିବା ଜଣାପଡ଼ିଛି ।
ବାଲେଶ୍ବର ମେଡିକାଲର ବିଭିନ୍ନ ସମସ୍ୟା ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ଗୁରୁତ୍ବ
ବାଲେଶ୍ବର ଜିଲ୍ଲା ସମିତି ବୈଠକରେ ମେଡିକାଲର ବିଭିନ୍ନ ସମସ୍ୟା ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗୁରୁତ୍ବ ଦେଇଛନ୍ତି । ଅଧିକ ପଢନ୍ତୁ...
![ବାଲେଶ୍ବର ମେଡିକାଲର ବିଭିନ୍ନ ସମସ୍ୟା ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ଗୁରୁତ୍ବ District Committee meeting: Union Minister Pratap's emphasis on various medical issues in Balasore](https://etvbharatimages.akamaized.net/etvbharat/prod-images/768-512-10420274-540-10420274-1611899542342.jpg)
ଜିଲ୍ଲା ସମିତି ବୈଠକ, ମେଡିକାଲର ବିଭିନ୍ନ ସମସ୍ୟା ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ଗୁରୁତ୍ବ
ଜିଲ୍ଲା ସମିତି ବୈଠକ, ମେଡିକାଲର ବିଭିନ୍ନ ସମସ୍ୟା ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ଗୁରୁତ୍ବ
ମେଡ଼ିକାଲରେ ଖାଲି ପଡିଥିବା ବିଭିନ୍ନ ପଦବୀ ପୂରଣ କରାଯିବା ସହ ମେଡିକାଲ ପରିସରରେ ଥିବା ପାର୍କିଂ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆଲୋଚନା ହୋଇଛି । ସେହିପରି ଜରୁରୀକାଳୀନ ରୋଗୀଙ୍କ ପାଇଁ 24 ଘଣ୍ଟିଆ ଏକ୍ସରେ(X-ray) ସୁବିଧା କରିବା, ଆଵଶ୍ୟକତା ଅନୁଯାୟୀ ଅତ୍ୟାଧୁନିକ ଯନ୍ତ୍ରପାତି କ୍ରୟ କରିବା, ରୋଗୀ ପରିବହନ ପାଇଁ ଥିବା ବ୍ୟାଟେରୀ ଚାଳିତ ଯାନ ତୁରନ୍ତ ମରାମତି କରିବା, ଖରାପ ସିସିଟିଭି ଚାଲୁ କରିବା, ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଭଳି ପ୍ରସ୍ତାବ ଆଲୋଚନା କରାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ