ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟକୁ ଜିଲ୍ଲାପାଳଙ୍କ ପରିଦର୍ଶନ । ସ୍କୁଲରେ 5t କାର୍ଯ୍ୟ ଚାଲିଥିବା ବେଳେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଓ ରେମୁଣା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଗ୍ରାମ କେଶରୀ ପରିଡ଼ା ଅଚାନକ ସ୍କୁଲରେ ପହଞ୍ଚିଥିଲେ । ସେଠାରେ ସ୍କୁଲର ସମସ୍ତ ନିର୍ମାଣ କାର୍ଯ୍ୟ ତଦାରଖ କରିଥିବା ବେଳେ ପିଲାମାନଙ୍କ ସହ କଥା ହୋଇଥିଲେ ।
ଏହି ସମୟରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଶ୍ରେଣୀଗୃହରେ ଭେଟିବା ପରେ ବହୁତ କମ୍ ଛାତ୍ରୀ ଉପସ୍ଥିତ ଥିବାର ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର ହୋଇଥିଲା । ନବମ ଶ୍ରେଣୀରେ ସର୍ବମୋଟ ପିଲା ସଂଖ୍ୟା ୭୭ । ତେବେ ବିଦ୍ୟାଳୟରେ ୨୫ରୁ ଅଧିକ ସଂଖ୍ୟକ ପିଲା ଅନୁପସ୍ଥିତ ଥିଲେ । ଶ୍ରେଣୀଗୃହରେ ପିଲାଙ୍କ ସଂଖ୍ଯା କମ ରହିଥିବା ଦେଖି ସ୍କୁଲର ପ୍ରଧାନଶିକ୍ଷକ ରୋହିତ କୁମାର ପାଣିଗ୍ରାହୀଙ୍କୁ କାରଣ ପଚାରିଥିଲେ ।