ଓଡିଶା

odisha

ETV Bharat / state

ବେଆଇନ ଖଣି ଖନନକୁ ପ୍ରଶାସନର ରୋକ, 144 ଧାରା ଜାରି - ବାଲେଶ୍ବରରେ ବେଆଇନ ଖଣି ଖନନ

ସ୍ଥାନୀୟ ଖଇରା ବ୍ଲକ ଶାରୀଶୁଆ ପାହାଡର ଚାଲିଥିବା ବେଆଇନ ଖଣି ଖନନରେ ଶନିବାର ରୋକ ଲଗାଇଛି ପ୍ରଶାସନ। ଏନେଇ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ 144 ଧାରା ଜାରି କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Oct 5, 2019, 10:00 AM IST

ବାଲେଶ୍ବର: ବାରମ୍ବାର ରୋକ ଲଗାଯିବା ସତ୍ତ୍ବେ ମଧ୍ୟ ଚାଲିଛି ବେଆଇନ ଖଣି ଖନନ । ସ୍ଥାନୀୟ ଖଇରା ବ୍ଲକର ଶାରୀଶୁଆ ପାହାଡର ଚାଲିଥିବା ବେଆଇନ ଖଣି ଖନନ ଉପରେ ଶନିବାର ରୋକ ଲଗାଇଛି ପ୍ରଶାସନ । ଏନେଇ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ 144 ଧାରା ଜାରି କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଶାରୀଶୁଆ ପାହାଡରେ ପ୍ରଶାସନ ପକ୍ଷରୁ ଖଣି ନିଲାମ ହୋଇଥିବା ବେଳେ ନିଲାମଧାରୀ ଉପଯୁକ୍ତ କାଗଜପତ୍ର ଦେଖାଇ ପାରିନଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଖଣି ଅଞ୍ଚଳରେ ତଦନ୍ତ କରାଯାଇ ପରେ ବେଆଇନ ଖଣି ଖନନ ହେଉଥିବା ନେଇ ଜଣାପଡିଥିଲା । ଏହା ପରେ ସେଠାରେ 144 ଧାରା ଜାରି କରାଯାଇଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details