ବାଲେଶ୍ବର:ରାଜ୍ୟରେ ବଢିଲାଣି ଉପନିର୍ବାଚନ ତାତି । ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ମାତ୍ର ବାଲେଶ୍ବର ସଦର ପାଇଁ ବିଜେଡିର ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ସ୍ୱରୂପ ଦାସଙ୍କ ନାମ ଘୋଷଣା ପରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ହେଲେ ଆଜି ସମସ୍ତ ବିବାଦର ସମାଧାନ ହୋଇଯାଇଥିବା କହିଛନ୍ତି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ।
ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା କିମ୍ବା ତାଙ୍କ ପତ୍ନୀଙ୍କୁ ଦଳୀୟ ଟିକେଟ ଦାବିରେ କର୍ମୀମାନେ ବାଲେଶ୍ବର ଦଳୀୟ କାର୍ଯ୍ୟାଳୟ ଆଗରେ ଭିଡ଼ ଜମାଇଥିଲେ। ଦଳ ନିଷ୍ପତ୍ତି ବଦଳାଇବା ପାଇଁ କର୍ମୀମାନେ ଜିଦ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ରବୀନ୍ଦ୍ର କର୍ମୀମାନଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି ।