ବାଲେଶ୍ଵର: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସମନ୍ବୟ ଓ ମନିଟରିଂ କମିଟି (ଦିସା) ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏଥିରେ ଅଧ୍ୟକ୍ଷତା କରିବା ସହିତ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ବିକାଶମୂଳକ ଯୋଜନାର ଅଗ୍ରଗତି ଓ କାର୍ଯ୍ୟଧାରା ସମ୍ପର୍କରେ ସମୀକ୍ଷା କରିଥିଲେ ।
ଜିଲ୍ଲାର ବିକାଶ ପାଇଁ ଆସୁଥିବା ଅନୁଦାନର ଉଚିତ ବିନିଯୋଗ ଏବଂ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ତେବେ ବୈଠକରେ କିଛି ବିଭାଗର ଅଧିକାରୀ ଅନୁପସ୍ଥିତ ଥିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରି ଏହାର ବିଭାଗୀୟ ଯାଞ୍ଚ ସହ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଜିଲ୍ଲାର ଯେଉଁ ସବୁ ରାସ୍ତା ପ୍ରକଳ୍ପ କାମ ସରିଛି । ତାହା ଉପରେ ଅଧିକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ସହିତ ଯେଉଁ ସବୁ ରାସ୍ତା ନିର୍ମାଣ କାମ ଚାଲିଛି । ତାହା ନିର୍ଦ୍ଧାରିତ ସମୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।