ଓଡିଶା

odisha

ETV Bharat / state

ବାଲେଶ୍ବରରେ ପୁଣି 5 କୋରୋନା ପଜିଟିଭ୍, ଗ୍ରାଉଣ୍ଡରେ ଡିଜିପି ଓ ଆରଡିସି - କୋରୋନା ଅପଡେଟ

ରାଜ୍ୟରେ ଚିନ୍ତା ବଢାଉଛି ମହାମାରୀ କୋରୋନା । ଆଜି ସକାଳେ ବାଲେଶ୍ବରରେ ପୁଣି ଚିହ୍ନଟ ହେଲେ 5 କୋରୋନା ପଜିଟିଭ । ସେପଟେ ସ୍ଥିତି ସମୀକ୍ଷା କଲେ ଡିଜିପି ଓ ଆରଡିସି । ଅଧିକ ପଢନ୍ତୁ...

ବାଲେଶ୍ବରରେ ପୁଣି 5 କୋରୋନା ଚିହ୍ନଟ
ବାଲେଶ୍ବରରେ ପୁଣି 5 କୋରୋନା ଚିହ୍ନଟ

By

Published : Apr 21, 2020, 2:49 PM IST

Updated : Apr 21, 2020, 3:47 PM IST

ବାଲେଶ୍ବର: ଆଜି ଜିଲ୍ଲାରେ ପୁଣି 5 କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 79ରେ ପହଞ୍ଚିଛି । ସେପଟେ, ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆତଙ୍କିତ ହେଉଛନ୍ତି ଜିଲ୍ଲାବାସୀ । ଗତ 18 ତାରିଖରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଏବେ ବାଲେଶ୍ବରରେ ପଜିଟଭ ସଂଖ୍ୟା 8ରେ ପହଞ୍ଚିଛି।

ବାଲେଶ୍ବରରେ ପୁଣି 5 କୋରୋନା ଚିହ୍ନଟ

ସେପଟେ ବାଲେଶ୍ୱରର ସ୍ଥିତି ସମୀକ୍ଷା କରୁଛନ୍ତି ଡିଜିପି ଓ ଆରଡିସି । ଡିଜିପି ଅଭୟ ବ୍ୟାରେକ ବୁଲିବା ସହ ନେଳିଆବାଗ କଣ୍ଟେନମେଣ୍ଟ ଜୋନ ବୁଲି ଦେଖିଛନ୍ତି । ଏହା ସହ ସୀମା ସିଲ ଉପରେ ଗୁରୁତ୍ୱ ଦେବା ସହ ଥାନା ବୁଲି ସ୍ଥିତି ସମୀକ୍ଷା କରିଛନ୍ତି।

ସେହିପରି ଆରଡିସି ଅନୀଲ ସାମଲ ଜିଲ୍ଲାପାଳଙ୍କ ସହ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ପଶ୍ଚିମବଙ୍ଗରୁ ଆସିଥିବା 26 ଶହରୁ ଊର୍ଦ୍ଧ୍ଵ ଲୋକଙ୍କର ନମୁନା ନିଆଯିବା ସହ କ୍ବାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ ଦିଆଯିବ। ନେଳିଆବାଗ ଓ ନୀଳଗିରିର ଦୁଇଟି କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ଅଗ୍ରାଧିକାର ଭାବେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ 7 ଜଣ ଆକ୍ରାନ୍ତଙ୍କୁ ଭୁବନେଶ୍ୱର ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Apr 21, 2020, 3:47 PM IST

ABOUT THE AUTHOR

...view details