ଓଡିଶା

odisha

By

Published : Oct 20, 2019, 7:41 AM IST

ETV Bharat / state

ମଦ ବୋଝେଇ ବୋଲେରୋ ଜବତ, ଡ୍ରାଇଭର ଫେରାର

ନୀଳଗିରି ଥାନା ଅଞ୍ଚଳରେ ଦେଶୀମଦ ଚାଲାଣ କରୁଥିବା ବେଳେ ପୋଲିସ ବୋଲେରୋ ସହ ମଦ ଜବତ କରାଯାଇଛି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ନୀଳଗିରି ଥାନା ଅଞ୍ଚଳରେ ଦେଶୀ ମଦ ସହ ବୋଲେରୋ ଜବତ । ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରି ଏସଡିପିଓ ସୁଦାମ ଚରଣ ସାହୁ ଘଟଣା ସ୍ଥଳକୁ ଯାଇ ଗାଡିଟିକୁ ଜବତ କରିଛନ୍ତି । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ନୀଳଗିରି ଥାନା ଅନ୍ତର୍ଗତ ସିଆଡିମାଳ ଅଞ୍ଚଳରେ ଥିବା ଶନି ମନ୍ଦିର ନିକଟରୁ ଏକ ଦେଶୀ ମଦ ବୋଝେଇ ବୋଲେରୋ ଜବତ କରାଯାଇଛି । ପୋଲିସକୁ ମୟୁରଭଞ୍ଜ ଅଞ୍ଚଳରୁ ମଦ ବୋଝେଇ ହୋଇ ଆସୁଥିବା ସୂଚନା ମିଳିଛି । ଓଆର01ଏଲ-୯୯୧୮ ନମ୍ବର ବିଶିଷ୍ଟ ଏକ ବୋଲେରୋ ଶନି ମନ୍ଦିର ଛକରେ ଛିଡ଼ା ହୋଇଥିବା ବେଳେ ଗାଡିରୁ ଦୁର୍ଗନ୍ଧ ବାହାରୁଥିଲା । ଏହି ଗାଡ଼ିରେ ପାଖାପାଖି ୪୦୦ ଲିଟରରୁ ଉର୍ଦ୍ଧ୍ବ ମଦ ଜବତ କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details