ଓଡିଶା

odisha

ETV Bharat / state

ବାଲେଶ୍ବରରେ ସର୍ବାଧିକ ଡେଙ୍ଗୁରୋଗୀ ଚିହ୍ନଟ - latest dengu news

ରାଜ୍ୟର ସର୍ବାଧିକ ଡେଙ୍ଗୁ ରୋଗୀ ବାଲେଶ୍ବରରେ ଚିହ୍ନଟ ହୋଇଛନ୍ତି । ତା ପଛକୁ କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲା ରହିଛି ।

ପ୍ରତିକାତ୍ମକ ଫଟୋ

By

Published : Oct 18, 2019, 12:55 AM IST

କଟକ: ରାଜ୍ୟର ସର୍ବାଧିକ ଡେଙ୍ଗୁ ରୋଗୀ ବାଲେଶ୍ବରରେ ଚିହ୍ନଟ ହୋଇଛନ୍ତି । ତା ପଛକୁ କଟକ ରହିଛି । ସେହିଭଳି ଯାଜପୁର ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ଅଧିକ ଡେଙ୍ଗୁ ରୋଗୀ ଅଛନ୍ତି । ତେବେ ଗତ ବର୍ଷ ତୁଳନାରେ ଏଥର କମ ଡେଙ୍ଗୁ ରୋଗୀ ଏସସିବି ଆସିଥିବା ନେଇ ମେଡିକାଲର ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କଟକ

ଏସସିବିରେ ୬୩ ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଥିବାବେଳେ ଗୁରୁବାର ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭତ୍ତି କରାଯାଇଛି ।

ତଥ୍ୟ ଅନୁଯାୟୀ ଚଳିତବର୍ଷ ଏସସିବିରେ ୧୦୮୧ ଜଣ ଡେଙ୍ଗୁରୋଗୀ ଆଡ଼ମିଶନ ହୋଇଥିବାବେଳେ ୧୦୧୭ ଜଣ ଭଲ ହୋଇ ଡିସଚାର୍ଜ ହୋଇଛନ୍ତି । ଏହା ବାଦ ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଚଳିତ ବର୍ଷ ଏସସିବିରେ ଏପର୍ଯ୍ୟନ୍ତ ୯୦୩୧ ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୧୧୫୬ ଟି ପଜେଟିଭ ବାହାରିଛି।

ଏଥର ବାଲେଶ୍ଵର ଜିଲ୍ଲାର ସର୍ବାଧିକ ୨୩୯, କଟକରୁ ୨୧୦ ଓ ଯାଜପୁରରୁ ୧୫୪ ଟି ରକ୍ତନମୁନା ପଜେଟିଭ ଜଣାପଡିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details