ବାଲେଶ୍ବର:ସିମୁଳିଆ ବ୍ଲକ୍ ମାର୍କୋଣାରେ ଆଦର୍ଶ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଜାରି । ଏଥିପାଇଁ ଜବରଦଖଲ କରିଥିବା ୧୨ଟି ପରିବାରଙ୍କୁ କରାଯାଇଛି ଉଚ୍ଛେଦ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ବିଶ୍ୱନାଥ ବିଶ୍ୱାଳ, ଅତିରିକ୍ତ ତହସିଲଦାର, ସିମୁଳିଆ ପୋଲିସ ଉପସ୍ଥିତ ଥିବା ବେଳେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।
ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୨ ଏକର ଜମି ଚିହ୍ନଟ କରାଯାଇଥିଲା । ଏହି ଜମିରେ ୨୫ବର୍ଷ ଧରି ଜବରଦଖଲ କରିଥିବା ୧୨ ପରିବାରଙ୍କୁ ଉଚ୍ଛେଦ କରାଯାଇଛି । ସେମାନଙ୍କୁ ଆଇନ ଅନୁଯାୟୀ ଥଇଥାନ କରିବା ପରେ ଉଚ୍ଛେଦ କରାଯାଇଥିବା ସୂଚନା ମିଳିଛି । ୧୨ ପରିବାରର ପ୍ରାୟ ୫୦ଜଣ ଲୋକେ ବାସଚ୍ୟୁତ ହୋଇଛନ୍ତି ।