ଓଡିଶା

odisha

ETV Bharat / state

Train Tragedy: ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ, ଏଇଠି ରଖାଯାଇଥିଲା ମୃତଦେହ - ବାହାନଗା ହାଇସ୍କୁଲର ଖୋଲାଯାଉଛି ଆଜବେ

ବାହାନଗା ହାଇସ୍କୁଲର ଖୋଲାଯାଉଛି ଆଜବେଷ୍ଟ । ଜିଲ୍ଲାପାଳଙ୍କ ସହ ପରିଚାଳନା କମିଟି ଆଲୋଚନା କରିବା ପରେ ଆରମ୍ଭ ହୋଇଛି ସ୍କୁଲ ଭଙ୍ଗାକାର୍ଯ୍ୟ । ଅଧିକ ପଢନ୍ତୁ

Demolition of Bahanaga High School building
Demolition of Bahanaga High School building

By

Published : Jun 9, 2023, 11:29 AM IST

Updated : Jun 9, 2023, 5:01 PM IST

ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ

ବାଲେଶ୍ବର: ଭଙ୍ଗା ଯାଉଛି ବାହାନଗା ହାଇସ୍କୁଲ । ରେଳ ଦୁର୍ଘଟଣା ପରେ ଏଠାରେ ମୃତଦେହ ରଖାଯାଇଥିବାରୁ ସ୍କୁଲ ଘର ଭାଙ୍ଗୁଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ସହ ପରିଚାଳନା କମିଟି ଆଲୋଚନା କରିବା ପରେ ଆଜି ଉକ୍ତ ଗୃହର ଆଜବେଷ୍ଟ ଖୋଲାଯାଉଛି । ବାହାନଗା ବିଡିଓ, ତହସିଲଦାର ବିଦ୍ୟାଳୟରେ ଉପସ୍ଥିତ ଅଛନ୍ତି । ଯେହେତୁ ଗୃହର ନିର୍ମାଣ କାର୍ଯ୍ୟ କରାଯିବାର ଆଵଶ୍ୟକତା ଥିଲା ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଆଜବେଷ୍ଟ ଖୋଲାଯାଇଛି । ପିଲା ମାନେ ସ୍କୁଲ ଯିବାକୁ ଭୟ କରୁଥିବାରୁ ସ୍କୁଲ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ-Train Tragedy: ଆହତଙ୍କ ପାଇଁ ଦେବଦୂତ ସାଜିଥିଲେ ରାଜଶ୍ରୀ, ଶୁଣନ୍ତୁ ପୁରା ଘଟଣା ସମ୍ପର୍କରେ

ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ସ୍କୁଲ ଘରେ ରଖାଯାଇଥିଲା । ତେବେ ମୃତଦେହ ରଖାଯାଇଥିବା ଗୃହକୁ ଭାଙ୍ଗି ନୂତନ ଗୃହ ନିର୍ମାଣ କରିବାକୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଦାବି କରିଥିଲା । ଏହାକୁ ନେଇ ଜିଲ୍ଲାପାଳଙ୍କ ସହ ପରିଚାଳନା କମିଟି ଆଲୋଚନା କରିବା ପରେ ଆଜି ଉକ୍ତ ଗୃହର ଆଜବେଷ୍ଟ ଖୋଲାଯାଇଛି । ରେଳ ଦୁର୍ଘଟଣାର 7 ଦିନ ପରେ ସ୍କୁଲ ଗୃହକୁ ଭଙ୍ଗା ଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ,ଗତ ଶନିବାର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ହୋଇଥିଲା । ଫଳରେ 288 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1000ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ । ଏକାଧିକ ମୃତଦେହକୁ ବାହାନଗା ହାଇସ୍କୁଲର ଶ୍ରେଣୀ ଗୃହ ଓ ଅଡିଟୋରିଅମରେ ରଖାଯାଇଥିଲା । ଯାହାକୁ ନେଇ ବିଦ୍ୟାଳୟରେ ପାଠ ପଢିଥିବା ପିଲାଙ୍କ ମନରେ ଏକ ପ୍ରକାର ଭୟ ଜାତ ହୋଇଥିଲା । ଅନ୍ୟପଟେ ବିଦ୍ୟାଳୟ କାନ୍ଥରେ ରକ୍ତ ଛିଟା ଲାଗିଥିବାରୁ ବିଡ଼ିଓଙ୍କ ପରାମର୍ଶ କ୍ରମେ ଦମକଳ ବାହିନୀଙ୍କ ଦ୍ୱାରା ସାନିଟସାଇଜେସନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Train Tragedy: ଜୀବନସାଥୀ ତ ଚାଲିଗଲା, ଏ କାଗଜ ନୋଟ ନେଇ କଣ କରିବି....

ଗୁରୁବାର ବାଲେଶ୍ବର ଜିଲ୍ଲାପାଳ ବିଦ୍ୟାଳୟ ଗୃହକୁ ପରିଦର୍ଶନ କରିଥିଲେ । ସେଠାରେ ଏମିତି ଭୟର ବାତାବରଣ ସୃଷ୍ଟି ହୋଇଥିବାରୁ ଏବଂ ରକ୍ତର ଛିଟା ପଡ଼ିଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ଉକ୍ତ ଗୃହ ଭାଙ୍ଗି ନୂତନ ଗୃହ ନିର୍ମାଣ କରିବାକୁ ଦାବି ଜଣାଇଥିଲେ । ଶ୍ରେଣୀ ଗୃହରେ ଥିବା ବେଞ୍ଚ, ଡେ଼କ୍ସରେ ମଧ୍ୟ ରକ୍ତଛିଟା ଲାଗିଥିବାରୁ ସ୍କୁଲ ଖୋଲିବା ପରେ କେମିତି ଶିକ୍ଷାଦାନ କରାଯିବ ସେନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଚିନ୍ତା ବଢିଥିଲା । ଏହାକୁ ନେଇ ଆଜି ଘର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ବାହାନଗା ବିଡିଓ, ତହସିଲଦାର ବିଦ୍ୟାଳୟରେ ଉପସ୍ଥିତ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆଜବେଷ୍ଟ ଖୋଲା ଯାଇଛି ।

ଇଟିଭି ଭାରତ,ବାଲେଶ୍ବର

Last Updated : Jun 9, 2023, 5:01 PM IST

ABOUT THE AUTHOR

...view details