ଓଡିଶା

odisha

ETV Bharat / state

ବିଦ୍ୟୁତ କର୍ମଚାରୀଙ୍କୁ କୋରୋନା ଯୋଦ୍ଧା ଘୋଷଣା ପାଇଁ ଦାବି - ବିଦ୍ୟୁତ କର୍ମଚାରୀ

ଜୀବନକୁ ବାଜି ଲଗାଇ କୋରୋନା ସମୟରେ ବିଦ୍ୟୁତ ଉପଭୋକ୍ତାଙ୍କୁ ସେବା ଯୋଗାଉଥିବା କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ପାଇଁ ଦାବି। ଅଧିକ ପଢନ୍ତୁ...

ବିଦ୍ୟୁତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା ପାଇଁ ଦାବି
ବିଦ୍ୟୁତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା ପାଇଁ ଦାବି

By

Published : May 17, 2021, 11:59 AM IST

ବାଲେଶ୍ବର: କୋରୋନା ସମୟରେ ବିଦ୍ୟୁତ ଉପଭୋକ୍ତାଙ୍କୁ ସେବା ଯୋଗାଉଥିବା କର୍ମଚାରୀଙ୍କୁ କୋରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ଦାବି କରିଛି ନେସ୍କୋ ପାୱାର ଏମ୍ପ୍ଲୋଇଜ୍ ୟୁନିୟନ । ଏନେଇ ନେସ୍କୋ ପାୱାର ଏମ୍ପ୍ଲୋଇଜ୍ ୟୁନିୟନ ପକ୍ଷରୁ ବାଲେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୫ଟି ଜିଲ୍ଲାରେ ୨ ଲକ୍ଷ ୫୦ ହଜାର ବିଦ୍ୟୁତ ଗ୍ରାହକ ଥିବାବେଳେ ୫ ହଜାର ୮୮୦ ଜଣ ଶ୍ରମିକ କର୍ମଚାରୀ ଥିଲେ । ବର୍ତ୍ତମାନ ଟାଟା ପାୱାର ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଅଧୀନରେ ସେହି ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ହୋଇଗଲାଣି । ମାତ୍ର ବିଦ୍ୟୁତ ଶ୍ରମିକ ସଂଖ୍ୟା ହ୍ରାସ ପାଇ ୨ହଜାର ୨ ଶହରେ ପହଞ୍ଚିଛି ।

ବିଦ୍ୟୁତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା ପାଇଁ ଦାବି

ଶ୍ରମିକ ସଂଖ୍ୟା ବୃଦ୍ଧି ନକରି ଟାଟା ପାୱାର କଣ୍ଟ୍ରାକ୍ଟର ମାଧ୍ୟମରେ ସମସ୍ତ କାର୍ଯ୍ୟ ସମ୍ପାଦକ କରୁଥିବା ଯୋଗୁଁ ଗ୍ରାହକ ସେବା ବ୍ୟାହତ ହେଉଥିବା କୁହାଯାଇଛି । ନିମ୍ନମାନର ବିଦ୍ୟୁତ ଉପକରଣ ବ୍ୟବହାର ଯୋଗୁଁ ବିଦ୍ୟୁତ ସେବା ବ୍ୟାହତ ହେବା ସହ କର୍ମଚାରୀମାନେ ଅନେକାଂଶରେ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହୋଇଛି । ଏମିତି ଜୀବନକୁ ବାଜି ଲଗାଇ କୋରୋନା ସମୟରେ ବିଦ୍ୟୁତ ଉପଭୋକ୍ତାଙ୍କୁ ସେବା ଯୋଗାଉଥିବା କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ପାଇଁ ଦାବି ଜୋର ଧରିଛି । କରୋନା କାଳରେ ନିରବଚ୍ଛିନ୍ନ ସେବା ଯୋଗାଉଥିବା ବିଦ୍ୟୁତ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଓ ଜୀବନ ପ୍ରତି ସରକାର ଚିନ୍ତା କରିବା ପାଇଁ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details