ବାଲେଶ୍ବର: ଜିଲ୍ଲାରେ ଥିବା କୋଚିଂ ସେଣ୍ଟର ଗୁଡିକ ଖୋଲିବା ପାଇଁ ମାଲିକମାନେ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି । ଲକଡାଉନ ଯୋଗୁଁ କୋଚିଂ ସେଣ୍ଟର ଉପରେ ନିର୍ଭର କରି ଚଳୁଥିବା ମାଲିକମାନେ ଘର ଭଡା ଓ କର୍ମଚାରୀମାନଙ୍କୁ ଦରମା ଦେବାରେ ଅସୁବିଧା ଭୋଗୁଛନ୍ତି ।
ବାଲେଶ୍ବରରେ କୋଚିଂ ସେଣ୍ଟର ଖୋଲିବା ପାଇଁ ଦାବି - ବାଲେଶ୍ବର ନ୍ୟୁଜ
ଲକଡାଉନ ଯୋଗୁଁ କୋଚିଂ ସେଣ୍ଟର ଉପରେ ନିର୍ଭର କରି ଚଳୁଥିବା ମାଲିକମାନେ ଘର ଭଡା ଓ କର୍ମଚାରୀମାନଙ୍କୁ ଦରମା ଦେବାରେ ଅସୁବିଧା ଭୋଗୁଛନ୍ତି ।
ବାଲେଶ୍ବରରେ କୋଚିଂ ସେଣ୍ଟର ଖୋଲିବା ପାଇଁ ଦାବି
ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ଶିକ୍ଷା ବ୍ୟବସ୍ଥା କରିବା ମଧ୍ୟ ସମ୍ଭବ ହେଉନାହିଁ । ଏଥିପାଇଁ କୋଚିଂ ସେଣ୍ଟର ଖୋଲିଲେ ଛାତ୍ରଛାତ୍ରୀମାନେ ମଧ୍ୟ ପଢି ପାରିବେ । କୋଭିଡ-19ର ସମସ୍ତ ଗାଇଡ଼ ଲାଇନ ମାନି କୋଚିଂ ସେଣ୍ଟର ଗୁଡ଼ିକ ଖୋଲିବା ପାଇଁ ଅନୁମତି ମାଗିଛନ୍ତି ମାଲିକମାନେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ