ବାଲେଶ୍ବର: ଜିଲ୍ଲା ସୋରରେ ଥିବା ଏକ ନିର୍ଦ୍ଦିଷ୍ଟ ଘରୋଇ ନର୍ସିଂହୋମ ନାଁରେ ପୁଣି ଚିକିତ୍ସା ଅବହେଳା ଅଭିଯୋଗ । ଜଣେ ପ୍ରସୂତୀଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରି ନର୍ସିଂହୋମ ଆଗରେ ହୋ ହାଲ୍ଲା କରିଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଔପଦା ବ୍ଲକ ବାଙ୍ଗୁରୁ ଗ୍ରାମର ତାପସ ଭୂୟାଁଙ୍କ ସ୍ତ୍ରୀ ନମିତାଙ୍କ ଜନନୀ ଯନ୍ତ୍ରଣା ହେବାରୁ ତାଙ୍କୁ ସୋରସ୍ଥିତ ଏକ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା। ସେଠାରେ ଡାକ୍ତର ନମିତାଙ୍କର ଅସ୍ତ୍ରୋପ୍ରଚାର କରିଥିଲେ ଏବଂ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏହାପରେ ନମିତା ଅସୁସ୍ଥ ହୋଇ ପଡ଼ିଥିଲେ। ନର୍ସିଂହୋମର ଡାକ୍ତର ନମିତାଙ୍କୁ ବାଲେଶ୍ଵର ନେବା ପାଇଁ ପରାମର୍ଶ ଦେଇଥିଲେ । ପରିବାର ଲୋକେ ବାଲେଶ୍ଵର ନେବା ପରେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ନେବା ପାଇଁ ଡାକ୍ତର କହିଥିଲେ। କଟକ ନେବା ବାଟରେ ନମିତାଙ୍କ ମୃତ୍ୟୁ ହୋଇଥିଲା ।