ଓଡିଶା

odisha

ETV Bharat / state

ଦିବଙ୍ଗତ ସାମ୍ବାଦିକଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା ରାଶି - ସାମ୍ବାଦିକ ଧୀରେଶ ଚନ୍ଦ୍ର ବେହେରା ବାଲେଶ୍ବର

ବାଲେଶ୍ବର ଜିଲ୍ଲା ସୋର ବ୍ଲକରେ କାର୍ଯ୍ୟରତ ଥିବା ସାମ୍ବାଦିକ ଧୀରେଶ ଚନ୍ଦ୍ର ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସରକାରୀ ସହାୟତା ରାଶି ମିଳିଛି। ଅଧିକ ପଢ଼ନ୍ତୁ

ସାମ୍ବାଦିକଙ୍କ ପରିବାରକୁ ସରକାରୀ ସହାୟତା
ସାମ୍ବାଦିକଙ୍କ ପରିବାରକୁ ସରକାରୀ ସହାୟତା

By ETV Bharat Odisha Team

Published : Sep 12, 2023, 10:38 PM IST

ସାମ୍ବାଦିକଙ୍କ ପରିବାରକୁ ସରକାରୀ ସହାୟତା

ବାଲେଶ୍ୱର: ସାମ୍ବାଦିକଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା । ବାଲେଶ୍ବର ଜିଲ୍ଲା ସୋର ବ୍ଲକରେ କାର୍ଯ୍ୟରତ ଥିବା ସାମ୍ବାଦିକ ଧୀରେଶ ଚନ୍ଦ୍ର ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସରକାରୀ ସହାୟତା ରାଶି ମିଳିଛି। ରାଜ୍ୟ ସରକାରଙ୍କର ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ଓଡ଼ିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ସହାୟତା ରାଶି ସ୍ବର୍ଗତ ଧୀରେଶ ଚନ୍ଦ୍ର ବେହେରାଙ୍କ ସ୍ତ୍ରୀ ଗୀତାରାଣୀ ବେହେରାଙ୍କୁ ପ୍ରଦାନ କରାଯାଇଛି।

ତେବେ ଉତ୍କଳ ସାମ୍ବାଦିକ ସଂଘର ସହଯୋଗରେ ବିଧିବଧ ଭାବେ ଆବଶ୍ୟକୀୟ ସମସ୍ତ ଦସ୍ତାବିଜ ସହ ଜିଲ୍ଲା କାର୍ଯ୍ୟାଳୟର ସୂଚନା ଓ ଲୋକସମ୍ପର୍କ ଉପବିଭାଗ ମାଧ୍ୟମରେ ଦରଖାସ୍ତ ଆବେଦନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁଙ୍କ ରିପୋର୍ଟ ଏବଂ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକଙ୍କ ଯାଞ୍ଚ କରିଥିଲେ। ଏହାପରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅନୁମୋନ ପରେ ଏହି ଆବେଦନ ରାଜ୍ୟ ସରକାରଙ୍କୁ ପ୍ରେରଣ କରାଯାଇଥିଲା। ତେବେ ଆଜି ଏହାର ସହାୟତା ରାଶି ପ୍ରଦାନ କରାଯାଇଛି। ସାମ୍ବାଦିକ ଧୀରେଶଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଆର୍ଥିକ ଦୁରାଵସ୍ଥା ଦେଇ ଗତି କରୁଥିଲେ। ଏମିତି କି ପରିବାର ଚଳାଇବା ପାଇଁ ଧୀରେଶଙ୍କ ସ୍ତ୍ରୀଙ୍କୁ ଅନ୍ୟ ପାଖରେ କାମ କରିବାକୁ ପଡୁଥିଲା। ଏ ସମ୍ପର୍କରେ ଉତ୍କଳ ସାମ୍ବାଦିକ ସଙ୍ଘ ଖବର ପାଇବା ପରେ ସରକାରୀ ସ୍ତରରେ କେମିତି ସହାୟତା ଯୋଗାଇ ଦିଆଯାଇ ପାରିବ ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହାସହ ସହାୟତା ରାଶି ପାଇଁ ଆବଶ୍ୟକୀୟ କାଗଜ ପତ୍ର ଯୋଗାଡ଼ କରି ଦାଖଲ କରାଯାଇଥିଲା।

ଏହା ମଧ୍ୟ ପଢ଼ନ୍ତୁ...Covid Warrior: ଦିବଂଗତ ସାମ୍ବାଦିକ ମନୋଜ ସାହୁଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ

ପ୍ରକାଶ ଥାଉକି, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦିବଂଗତ ସାମ୍ବାଦିକଙ୍କ ଶୋକସନ୍ତପ୍ତ ପରିବାରର ଆର୍ଥିକ ସହାୟତା ପାଇଁ କାର୍ଯ୍ୟ କରିଆସୁଅଛି। ଏହାସହ କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ କରି ଏହା ମାଧ୍ୟମରେ ଆର୍ଥିକ ସହାୟତା କରି ଆସୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ସୂଚନା ଓ ଲୋକସମ୍ପର୍କ ବିଭାଗର ମଞ୍ଜୁରୀ ଆଦେଶନାମା ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକଙ୍କ ଦ୍ୱାରା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ଏବଂ ସ୍ବର୍ଗତ ଧୀରେଶ ଚନ୍ଦ୍ର ବେହେରାଙ୍କ ପରିବାର ଲୋକ ତଥା ସାମ୍ବାଦିକବନ୍ଧୁଙ୍କ ଉପସ୍ଥିତିରେ ଗୀତାରାଣୀ ବେହେରାଙ୍କୁ ପ୍ରଦାନ କରାଯାଇଥିଲା। ଯାହାର ଅର୍ଥରାଶି ସିଧାସଳଖ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ କରାଯାଇଛି।



ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details