ବାଲେଶ୍ୱର: ହନୁମାନ ଜୟନ୍ତୀ ଓ ଓଡ଼ିଆ ନବ ବର୍ଷ ଉପଲକ୍ଷେ ବାଲେଶ୍ୱର ସହରର ପଟ୍ଟ ଶିଳ୍ପୀ ଦେବାଶିଷ ସାହୁ କଦଳୀରେ ହନୁମାନଙ୍କୁ ଆଙ୍କି ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି । ହନୁମାନ ଜୟନ୍ତୀ ଥିବାରୁ ଓ ହନୁମାନଙ୍କର କଦଳୀ ପ୍ରିୟ ହୋଇଥିବା ଯୋଗୁଁ ଦେବାଶିଷ ଏକ ପାଚିଲା କଦଳୀ ଉପରେ ଫେବ୍ରିକ ରଙ୍ଗରେ ହନୁମାନଙ୍କୁ ଆଙ୍କିଛନ୍ତି । ଏହି କଦଳୀକୁ ହନୁମାନଙ୍କ ପାଖରେ ଅର୍ପଣ କରି ପୂଜାର୍ଚ୍ଚନା କରିଛନ୍ତି ବାଲେଶ୍ୱର ସହରର ପଟ୍ଟ ଶିଳ୍ପୀ ଦେବାଶିଷ ।
Pana Sankranti: ପାଚିଲା କଦଳୀରେ ସଙ୍କଟମୋଚନ - ପାଚିଲା କଦଳୀରେ ହନୁମାନ ଆଙ୍କିଲେ ପଟ୍ଟ ଶିଳ୍ପୀ ଦେବାଶିଷ
ହନୁମାନ ଜୟନ୍ତୀ ଓ ଓଡ଼ିଆ ନବ ବର୍ଷ ଉପଲକ୍ଷେ ବାଲେଶ୍ୱର ସହରର ପଟ୍ଟ ଶିଳ୍ପୀ ଦେବାଶିଷ ସାହୁ କଦଳୀରେ ହନୁମାନଙ୍କୁ ଆଙ୍କି ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି । ହନୁମାନ ଜୟନ୍ତୀ ଥିବାରୁ ଓ ହନୁମାନଙ୍କର କଦଳୀ ପ୍ରିୟ ହୋଇଥିବା ଯୋଗୁଁ ଦେବାଶିଷ ଏକ ପାଚିଲା କଦଳୀ ଉପରେ ଫେବ୍ରିକ ରଙ୍ଗରେ ହନୁମାନଙ୍କୁ ଆଙ୍କିଛନ୍ତି। ଅଧିକ ପଢନ୍ତୁ
Pana Sankranti 2022: ପାଚିଲା କଦଳୀରେ ହନୁମାନ ଆଙ୍କିଲେ ପଟ୍ଟ ଶିଳ୍ପୀ ଦେବାଶିଷ
ବାଲେଶ୍ୱର ସହରର ଯୁବକ ଦେବାଶିଷ ସାହୁ ପଟ୍ଟ ଚିତ୍ର ଆଙ୍କି ବେଶ ଚର୍ଚ୍ଚିତ ଥିବା ବେଳେ ଏବେ ହନୁମାନ ଜୟନ୍ତୀ ଅବସରରେ କଦଳୀରେ ହନୁମାନଙ୍କୁ ଆଙ୍କି ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି । ଏହାରି ଭିତରେ ସବୁବେଳେ କିଛି ନା କିଛି ନୂଆ ପ୍ରକାରର ଚିତ୍ର ଆଙ୍କି ସେ ପ୍ରଶଂସାର ପାତ୍ର ହୋଇଛନ୍ତି । ଏହାକୁ ତିଆରି କରିବା ପାଇଁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥିବା ବେଳେ ଏହି ଚିତ୍ରିତ କଦଳୀ ହନୁମାନଙ୍କ ପାଖରେ ଅର୍ପଣ କରି ପୂଜାର୍ଚ୍ଚନା କରିଛନ୍ତି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ