ଓଡିଶା

odisha

ETV Bharat / state

ବାଲେଶ୍ଵରରେ ପ୍ରାଣାନ୍ତକ ଆକ୍ରମଣ: ଜଣଙ୍କୁ ଗୁଳିମାଡ଼ କଲେ, ଜଣଙ୍କୁ ହାଣିଲେ - ଅଶାନ୍ତ ହେଲା ବାଲେଶ୍ବର

କିଛି ଦିନରେ ବ୍ୟବଧାନ ପରେ ପୁଣି ଅଶାନ୍ତ ହେଲା ବାଲେଶ୍ବର । ରେମୁଣା ଗୋଲେଇ ନିକଟରେ ଦୁଇ ଯୁବକଙ୍କ ଉପରେ ଦୁର୍ବୃତ୍ତଙ୍କ ମାରଣାନ୍ତକ ଆକ୍ରମଣ । ଅଧିକ ପଢ଼ନ୍ତୁ

fatal attack on young man in balasore
ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

By

Published : May 24, 2023, 9:56 PM IST

ବାଲେଶ୍ବର: ପୁଣି ଆଶାନ୍ତ ହେଲା ବାଲେଶ୍ବର । ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ରେମୁଣା ଗୋଲେଇ ନିକଟରେ ଦୁଇ ଯୁବକଙ୍କ ଉପରେ କିଛି ଦୁର୍ବୃତ୍ତ ମାରଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣର ଶିକାର ହୋଇଥିବା ଦୁଇଜଣ ଯୁବକ ମନ୍ଦାରପୁର ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଏପରି ହୋଇଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁଯାୟୀ, ମନ୍ଦାରପୁର ଅଞ୍ଚଳର ପିଙ୍କୁ ଦାସ ଓ ମିଆବାଗ ଅଞ୍ଚଳର ଜଣେ ଯୁବକ କୌଣସି କାମରେ ଯାଇଥିବା ବେଳେ ସେମାନଙ୍କୁ କିଛି ଯୁବକ ମିଳିତ ଭାବେ ଆକ୍ରମଣ କରିଥିଲେ । ଜଣକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କୁ ଗୁଳିମାଡ଼ କରାଯାଇଛି । ଯାହା ଫଳରେ ଯୁବକଙ୍କ ଛାତିରେ ଗୁଳି ବାଜିଥିବା ଦେଖିବାକୁ ମିଳିଛି । ଦୁଇଜଣ ଯୁବକଙ୍କୁ ଗୁରୁତର ଭାବେ ଉଦ୍ଧାର କରି ପ୍ରଥମେ ରେମୁଣା ମେଡିକାଲ ନିଆଯାଇଥିଲା । ସେଠାରେ ମନ୍ଦାରପୁରର ପିଙ୍କୁ ଦାସଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଆକ୍ରମଣର କାରଣ ଜଣାପଡିନଥିବା ବେଳେ ପୂର୍ବ ଶତ୍ରୁତାରୁ ଏପରି ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । କିଛିଦିନର ବ୍ୟବଧାନ ପରେ ପୁଣି ବାଲେଶ୍ଵରରେ ଗୁଳି ଫୁଟିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି ।

ପ୍ରକାଶ ଥାଉକି, ଗତ କିଛିଦିନ ତଳେ ଏକ କଦଳୀ ଗଛକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଝଗଡା ଉଗ୍ରରୂପ ନେଇଥିଲା । ଯେଉଁଥିରେ ଜଣେ ପଡୋଶୀ ଅନ୍ୟ ଜଣେ ପଡ଼ୋଶୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ନଇଛଣପୁର ଗାଁର ରମେଶ ମଲ୍ଲିକଙ୍କ ପରିବାର ଶୋଇଥିବା ବେଳେ ପ୍ରାୟ 10 ଜଣ ଦୁର୍ବୃତ୍ତ ତାଙ୍କ ଘରେ କବାଟ ପିଟିଥିଲେ। କବାଟ ଖୋଲିବା ପରେ ହଠାତ ଦୁର୍ବୃତ୍ତମାନେ ଘରେ ପଶି ରମେଶଙ୍କ ସମେତ ତାଙ୍କ ପରିବାର ଲୋକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ । ଏଥିରେ ରମେଶଙ୍କ ସମେତ ସ୍ତ୍ରୀ ସରସ୍ୱତୀ, ପୁଅ ଖଗେନ୍ଦ୍ର ଓ ପର୍ଶୁରାମ ଗୁରୁତର ଭାବେ ଆହତ ହୋଇଥିଲେ । ସେହିପରି ସୋର ଅଞ୍ଚଳରେ ଜଣେ ପୂର୍ବତନ କାଉନ୍ସିଲରଙ୍କୁ ମଧ୍ୟ ଖଣ୍ଡା ଭୁଜାଲିରେ ଆକ୍ରମଣ କରାଯାଇଥିଲା । ସୋର ଥାନା ଅଞ୍ଚଳରେ ଲୋକନାଥ ରାଉତ ସକାଳେ ବ୍ୟାୟାମ କରିବା ପାଇଁ ଯାଇଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ପିଛା କରିଥିଲେ । ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ଏକ ନିର୍ଜନ ସ୍ଥାନ ଦେଖି ଦୁର୍ବୃତ୍ତମାନେ ଲୋକନାଥଙ୍କ ପଛପଟୁ ଆକ୍ରମଣ କରିଥିଲେ । ଫଳରେ ଲୋକନାଥ ଗୁରୁତର ହୋଇ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ଲୋକନାଥଙ୍କୁ ପ୍ରଥମେ ସୋର ମେଡିକାଲ ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢୁଥିବା ବେଳେ ଏହା ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଅନ୍ୟପଟେ ଅପରାଧିମାନେ ମଧ୍ୟ ବେଫିକର ହୋଇ ଅପରାଧ ଘଟାଇ ଚାଲିଛନ୍ତି । ତେଣୁ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡିଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details