ଓଡିଶା

odisha

ETV Bharat / state

ସୋରରେ ଚାଞ୍ଚଲ୍ୟ, ରାସ୍ତାକଡରୁ ମିଳିଲା ୨ ନାବାଳକଙ୍କ ମୃତଦେହ

ବାଲେଶ୍ବର ଜିଲ୍ଲା ସୋର ଥାନା ନିକଟରୁ ୨ ନାବାଳକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଅଧିକ ପଢନ୍ତୁ

By

Published : Mar 13, 2022, 5:28 PM IST

ସୋର ଥାନା ନିକଟରୁ ୨ ନାବାଳକଙ୍କ ମୃତଦେହ ଉଦ୍ଧାର
ସୋର ଥାନା ନିକଟରୁ ୨ ନାବାଳକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର:ଜିଲ୍ଲା ସୋର ଥାନା ନଦୀଗାଁ ଛକ କାନପୁର ନିକଟରେ ଅଘଟଣ । ରାସ୍ତା କଡ଼ରୁ ଦଇ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କ ମୃତ୍ୟୁ ଦୁର୍ଘଟଣା ପାଇଁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ସୋର ଥାନା ନିକଟରୁ ୨ ନାବାଳକଙ୍କ ମୃତଦେହ ଉଦ୍ଧାର

ଦୁଇଜଣ ନାବାଳକଙ୍କ ମୃତଦେହ ଉଦ୍ଧାର କରିବା ସହ ଏକ ବାଇକ ଜବତ କରିଛି ପୋଲିସ । ମୃତ ଦୁଇ ଜଣକ ହେଉଛନ୍ତି ନଦୀଗାଁ ପଞ୍ଚାୟତ କାନପୁର ଗାଁର ସୁକୁଟା ସିଂ (୧୩) ଓ ଚକନ ସିଂ (17) । ଶନିବାର ରାତିରେ ୨ ଜଣ ନାବାଳକ ବାଇକ ନେଇ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ସକାଳେ ଦୁଇଜଣଙ୍କ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବା ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହା ଏକ ଦୁର୍ଘଟଣା ବୋଲି ସନ୍ଦେହ କରାଯାଉଥିବା ବେଳେ ପ୍ରକୃତ କାରଣ ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details