ଓଡିଶା

odisha

ETV Bharat / state

ଗାଁକୁ ନାହିଁ ରାସ୍ତା, କାନ୍ଧରେ ବୁହାହେଲା ମୃତଦେହ

ଜଳେଶ୍ବର ମ୍ୟୁନିସିପାଲିଟି 16ନଂ ଓ୍ଵାର୍ଡ ଅନ୍ତର୍ଗତ ମଣିପାଟଣା ଗ୍ରାମକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହକୁ କାନ୍ଧରେ ବୋହି ଗାଁକୁ ନେଉଥିବା ଦେଖିବାକୁ ମିଳିଛି ।

By

Published : Aug 19, 2019, 10:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜଳେଶ୍ବର ଅଞ୍ଚଳରେ ଗାଁକୁ ରାସ୍ତା ନଥିବାରୁ ମୃତ ଦେହକୁ କାନ୍ଧରେ ବୋହି ନିଆଯାଇଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାଯୋଗ୍ୟ, ଜଳେଶ୍ବର ମ୍ୟୁନିସିପାଲିଟି 16ନଂ ଓ୍ଵାର୍ଡ ଅନ୍ତର୍ଗତ ମଣିପାଟଣା ଗ୍ରାମର ସତ୍ୟବ୍ରତ ଜେନାଙ୍କ ଦୁଇ ଦିନ ତଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ଆମ୍ବୁଲାନ୍ସ ଦ୍ବାରା ଗାଁକୁ ନିଆଯାଇଥିଲା। ମାତ୍ର ଅଲାଲପୁର ଗାଁର ପଦ୍ମ ପୋଖରୀ ଠାରୁ ଆଗକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ରାସ୍ତାରେ ହିଁ ଅଟକିଥିଲା। ଏହାପରେ ମୃତ ସତ୍ୟବ୍ରତଙ୍କ ସମ୍ପର୍କୀୟମାନେ କାନ୍ଧରେ ମୃତ ଦେହକୁ ବୋହି ନେଉଥିବା ଦେଖିବାକୁ ମିଳିଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details