ବାଲେଶ୍ଵର:ବାତ୍ୟା ୟସ ଯୋଗୁଁ ବାଲେଶ୍ଵର ଜିଲ୍ଲାର ହୋଇଥିବା କ୍ଷୟକ୍ଷତିର ଆକଳନ କରିଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ପ୍ରତି ପଞ୍ଚାୟତରେ ଟିମ ଗଠନ କରାଯାଇ ରିପୋର୍ଟ ସଂଗ୍ରହ କରାଯାଇଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ, ବାଲେଶ୍ଵର ଜିଲ୍ଲାର ୨ ହଜାର ୨୭୨ ଟି ଗାଁରେ ୧୯ ଲକ୍ଷ ୨୩ ହଜାର ୬୯୯ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ୧୫୫ ଟି ଗାଁରେ ଲୁଣାପାଣି ମାଡି ୨୧୯ ହେକ୍ଟର ଚାଷ ଜମିରେ ଧାନ ସହ ବିଭିନ୍ନ ଫସଲ ନଷ୍ଟ ହୋଇଛି । ଜିଲ୍ଲାରେ ୪ ହଜାର ୮୦୯ ଟି ମାଟିଘର ନଷ୍ଟ ହୋଇଥିବା ବେଳେ ୪ ହଜାର ୬୧୭ ଆଂଶିକ ଓ ୪୬ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ସେହିପରି ୩୩ଟି ପକ୍କାଘର ଆଂଶିକ ଭାବେ ନଷ୍ଟ ହୋଇଛି । କୁଡିଆ ଘର ୧୧୩ ଓ ଗୁହାଳ ୩୩୩ ଟି ନଷ୍ଟ ହୋଇଛି ।
ଅନ୍ୟପଟେ ଗୃହପାଳିତ ପଶୁ ୧୩ ଓ କୁକୁଡ଼ା ୨୪ ହଜାର ୫୪୨ ଜୀବନ ହାନି ହୋଇଛି । ବାତ୍ୟାରେ ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି । ୪ଟି ଡଙ୍ଗା ସମ୍ପୂର୍ଣ୍ଣ ଓ ୮ ଟି ଡଙ୍ଗା ଆଂଶିକ କ୍ଷତି ହୋଇଥିବା ବେଳେ ୧୬୩ ଟି ମାଛ ପୋଖରୀ କ୍ଷତିଗ୍ରସ୍ତ ହୋଇଛି ।