ବାଲେଶ୍ବର: ସାମୁଦ୍ରିକ ବାତ୍ୟା ଅମ୍ଫାନର କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ୱରରେ ପହଞ୍ଚିଛି କେନ୍ଦ୍ରୀୟ ଟିମ। ପାଞ୍ଚ ଜଣିଆ ଟିମରେ କୃଷି, ମତ୍ସ୍ୟ ବିଭାଗ, ରୋଡ ଟ୍ରାନ୍ସପୋର୍ଟ, ଡ୍ରେନେଜ ବିଭାଗର ଅଫିସରମାନେ ଅଛନ୍ତି।
ଜିଲ୍ଲାର ଭୋଗରାଇ ଓ ବାଲିଆପାଳ ବ୍ଳକରେ ଅମ୍ଫାନର ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା। ଉକ୍ତ ପ୍ରଭାବିତ ଅଞ୍ଚଳ ଗୁଡିକ କେନ୍ଦ୍ରୀୟ ଟିମ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବ ।