ବାଲେଶ୍ବର: ଜିଲ୍ଲାର ଚାନ୍ଦିପୁର ଥାନା ଅଧିନସ୍ଥ ନୁଆନଈ ହାଟ ନିକଟରେ ପଥର ବୋଝେଇ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ସେମାନେ ରାସ୍ତାରୋକ କରିଛନ୍ତି ।
ସୂଚନା ଅନୁସାରେ, ସୁନହଟ ଅଞ୍ଚଳର ମହିନ୍ଦ୍ର ଦାସ ଚାନ୍ଦିପୁର ପଟୁ ସାଇକେଲରେ ବାଲେଶ୍ଵର ଅଭିମୁଖେ ଆସୁଥିଲେ । ତେବେ ଏହି ସମୟରେ ନୂଆନଈ ହାଟ ନିକଟରେ ଏକ ପଥରବୋଝେଇ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମହିନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଅଘଟଣ ଘଟିବା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଚାନ୍ଦିପୁର ବାଲେଶ୍ଵର ରାସ୍ତା ଅବରୋଧ କରିଥିଲେ ।