ଓଡିଶା

odisha

ETV Bharat / state

ଚାନ୍ଦିପୁର ବେଳାଭୂମିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼, କୋଭିଡ ନିୟମ ମାନୁଛନ୍ତି ପର୍ଯ୍ୟଟକ

ବାଲେଶ୍ଵର ଜିଲ୍ଲାର ଅନନ୍ୟ ପର୍ଯ୍ୟଟନ କ୍ଷେତ୍ର ଚାନ୍ଦିପୁର ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ କୋଭିଡ କଟକଣା ପାଳନ କରୁଥିବା ଦେଖା ଦେଇଛି । ଅଧିକ ପଢ଼ନ୍ତୁ...

ଚାନ୍ଦିପୁର ବେଳାଭୂମିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼, କୋଭିଡ ନିୟମ ପାଳନ କରୁଛନ୍ତି ପର୍ଯ୍ୟଟକ
ଚାନ୍ଦିପୁର ବେଳାଭୂମିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼, କୋଭିଡ ନିୟମ ପାଳନ କରୁଛନ୍ତି ପର୍ଯ୍ୟଟକ

By

Published : Nov 8, 2020, 7:07 PM IST

ବାଲେଶ୍ବର: ଧୀରେଧୀରେ ଥଣ୍ଡା ଅନୁଭୂତ ହେବାରେ ଲାଗିଛି । ଶୀତଋତୁ ସହ ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ବିଭିନ୍ନ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି । ବାଲେଶ୍ଵର ଜିଲ୍ଲାର ଅନନ୍ୟ ପର୍ଯ୍ୟଟନ କ୍ଷେତ୍ର ଚାନ୍ଦିପୁର ବେଳାଭୂମିରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସି ସମୁଦ୍ର କୂଳରେ ବସି ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରୁଛନ୍ତି ।

ଚାନ୍ଦିପୁର ବେଳାଭୂମିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼, କୋଭିଡ ନିୟମ ପାଳନ କରୁଛନ୍ତି ପର୍ଯ୍ୟଟକ

କରୋନା ସଂକ୍ରମଣ ଭିତରେ ବି ଚାନ୍ଦିପୁରରେ ଲୋକଙ୍କ ଭିଡ଼ ଜମିଛି । ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ କୋଭିଡ କଟକଣା ପାଳନ କରୁଥିବା ଦେଖା ଦେଇଛି। ଲକଡାଉନ ପରେ ବାହାରକୁ ବୁଲିବା ଆସି ଅତ୍ୟନ୍ତ ଶାନ୍ତି ଅନୁଭବ କରୁଥିବା କଥା କହିଛନ୍ତି ପର୍ଯ୍ୟଟକ । ଏହାସହ କୋରୋନାକୁ ନେଇ ସଭିଏଁ ସଚେତନ ରହିବାକୁ ବାର୍ତ୍ତା ଦେଇଛନ୍ତି ପର୍ଯ୍ୟଟକ ।

କିଛି ଦିନତଳେ କୋଭିଡ କଟକଣା ସହ ସମସ୍ତ ପର୍ଯ୍ୟଟନ ସ୍ଥଳୀ ଖୋଲିବାକୁ ଅନୁମତି ଦେଇଥିଲେ ରାଜ୍ୟ ସରକାର। ଏହାପରେ ଚାନ୍ଦିପୁର ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆସିବାକୁ ଅନୁମତି ଦିଆଯାଇଛି। ଶୀତ ଦିନରେ କରୋନା ସଂକ୍ରମଣ ବଢିବାର ଆଶଙ୍କା କରି ରାଜ୍ୟ ସରକାର ଲୋକଙ୍କୁ ସଚେତନ କରାଉଛନ୍ତି। ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସଂକ୍ରମଣକୁ ନେଇ ପର୍ଯ୍ୟଟକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details