ବାଲେଶ୍ଵର: ସହରର ବିଭିନ୍ନ ପ୍ରକାର ଜନକଲ୍ୟାଣକାରୀ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସଦର ବିଧାୟକ ସ୍ବରୁପ କୁମାର ଦାସ । ୨୨ ଲକ୍ଷ ୪୧ ହଜାର ଟଙ୍କା ବ୍ୟୟରେ ବାପଟିଷ୍ଟ ଖ୍ରୀଷ୍ଟଧର୍ମୀ ବାସିନ୍ଦାଙ୍କ ପାଇଁ ଏକ ଶ୍ମଶାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।
ସେହିପରି ବାଲେଶ୍ଵର ସହରର ଦରଘା ମୈଦାନରେ ମୁସଲିମ ଧର୍ମର ବାସିନ୍ଦାଙ୍କ ସୁବିଧା ପାଇଁ ୨୭ ଲକ୍ଷ ୩୬ ହଜାର ଟଙ୍କା ବ୍ୟୟରେ ଏକ କବରସ୍ଥାନର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।