ଓଡିଶା

odisha

ETV Bharat / state

ଫେକ୍ ଆକାଉଣ୍ଟ ଖୋଲି ନିଲମ୍ବିତ ହେଲେ ସିଆରସିସି - ଫେକ୍ ଆକାଉଣ୍ଟ ଖୋଲି ନିଲମ୍ବିତ ହେଲେ ସିଆରସିସି

ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ବିଇଓଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲିବା ଅଭିଯୋଗରେ ଜଣେ ସିଆରସିସିଙ୍କୁ ନିଲମ୍ବନ କରାଯାଇଛି । ଅଧିକ ପଢନ୍ତୁ...

ଫେକ୍ ଆକାଉଣ୍ଟ ଖୋଲି ନିଲମ୍ବିତ ହେଲେ ସିଆରସିସି
ଫେକ୍ ଆକାଉଣ୍ଟ ଖୋଲି ନିଲମ୍ବିତ ହେଲେ ସିଆରସିସି

By

Published : Jan 22, 2021, 3:32 PM IST

ବାଲେଶ୍ବର:ଔପଦା ବ୍ଲକ ବିଇଓଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲିବା ଅଭିଯୋଗ । ସୂଚନା ଅନୁସାରେ, ୨୦୧୧ ରୁ ୨୦୧୩ ଭିତରେ ୧୧୮ ଜଣ ଗଣ ଶିକ୍ଷକ ଓ ୧୪୫ ଜଣ ଶିକ୍ଷା ସହାୟକଙ୍କ ଇପିଏଫ ଅର୍ଥ ପ୍ରାୟ ୧୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ବିଡ଼ିଓ ଔପଦାଙ୍କ ବ୍ୟାଙ୍କ ଜମା ବହିରୁ ଡିପିସି ବାଲେଶ୍ଵରଙ୍କ ଜମା ବହିକୁ ଟ୍ରାନ୍ସଫର କରାଯାଇଥିଲା । ଏହି ଅର୍ଥ ହଡପ କରିବା ଉଦ୍ଦେଶ୍ୟରେ ଯୋଜନାବଦ୍ଧ ଭାବେ ବିଇଓଙ୍କ ନାମରେ ଜାଲ ଆକାଉଣ୍ଟ ଔପଦା ୟୁକୋ ବ୍ୟାଙ୍କରେ ଖୋଲାଯାଇଥିଲା ।

ବ୍ୟାଙ୍କ ମ୍ୟାନେଜର ଘଟଣା ସମ୍ପର୍କରେ ବିଇଓଙ୍କୁ ଜଣାଇଥିଲେ । ସିଆରସିସି ଜୟନ୍ତ କୁମାର ପଣ୍ଡା ଏହି ଆକାଉଣ୍ଟ ଖୋଲିଥିବା ବ୍ୟାଙ୍କ ମ୍ୟାନେଜର ପତ୍ର ଲେଖି ବିଇଓଙ୍କୁ ଜଣାଇଥିଲେ । ବିଇଓଙ୍କ ପତ୍ର ସଂଖ୍ୟା ୧୧୫ ତା ୧୮/୦୧/୨୦୨୧ ମୂଳେ ଦରଖୋଳି କ୍ଲଷ୍ଟରର ସିଆରସିସି ଜୟନ୍ତ କୁମାର ପଣ୍ଡାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ପରବର୍ତ୍ତୀ ସମୟରେ 21 ତାରିଖରେ ଏହି ଘଟଣାକୁ ନେଇ ସିଆରସିସିଙ୍କୁ ନିଲମ୍ବିତ କରାଯାଇଛି ବୋଲି ବିଇଓ ବିଜୟ ଗିରି ଫୋନ ଯୋଗେ ସୂଚନା ଦେଇଛନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ବିଇଓଙ୍କ ନାମରେ ଆକାଉଣ୍ଟ ଖୋଲିବାକୁ ସାହସ ରଖୁଥିବା ସିଆରସିସି ବିଇଓଙ୍କ ଛତ୍ରଛାୟା ତଳେ ଥିଲେ କି । ଆକାଉଣ୍ଟ ଖୋଲିବା ପାଇଁ ଜରୁରୀ କାଗଜପତ୍ର ଓ ଦସ୍ତଖତ ଆବଶ୍ୟକ ଥିବା ବେଳେ ସିଆରସିସି ଏମିତି କାର୍ଯ୍ୟ ପଛରେ ବିଇଓଙ୍କ କୌଣସି ସମ୍ପୃକ୍ତି ରହିଛି କି ।

ଅନ୍ୟପଟେ ବିଇଓ ଶ୍ରୀ ଗିରି କହିଛନ୍ତି ଯେ, ଜଏଣ୍ଟ ଆକାଉଣ୍ଟ ହୋଇଥିବାରୁ ତାହା ସେ ଜାଲ କରିଛନ୍ତି ଓ ସେହିପରି ଦସ୍ତଖତ ମଧ୍ୟ ଜାଲ କରାଯାଇଥିବା ବିଇଓ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାର ଉଚ୍ଚସ୍ଥରୀୟ ତଦନ୍ତ ହେଲେ ପ୍ରକୃତ ଘଟଣା ସାମ୍ନାକୁ ଆସି ପାରିବ ବୋଲି ମତ ପ୍ରକାଶ ପାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details