ଓଡିଶା

odisha

ETV Bharat / state

ଜଳେଶ୍ବର ତହସିଲ ଆଗରେ ସିପିଆଇଏମର ଧାରଣା - relief

ଜଳେଶ୍ବର ତହସିଲ ସମ୍ମୁଖରେ ସିପିଆଇଏମ ପକ୍ଷରୁ 5ଦଫା ଦାବି ନେଇ ଧାରଣା ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : May 15, 2019, 8:46 PM IST

ବାଲେଶ୍ବର: ଫନି ପ୍ରଭାବିତ ଅଞ୍ଚଳକୁ ସହାୟତା ପଠାଉଛନ୍ତି ସରକାର । ତେବେ ସମସ୍ତ ଅଞ୍ଚଳରେ ସରକାରୀ ସହାୟତା ପହଞ୍ଚି ପାରୁନଥିବା ବାଲେଶ୍ବର ଜିଲ୍ଲାର ଜଳେଶ୍ବର ତହସିଲ ପକ୍ଷରୁ ଅଭିଯୋଗ ଆସିଛି । ଏନେଇ ଜଳେଶ୍ବର ତହସିଲ ସମ୍ମୁଖରେ ସିପିଆଇଏମ ପକ୍ଷରୁ 5ଦଫା ଦାବି ନେଇ ଧାରଣା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, ବାତ୍ୟା ଫନି ଦ୍ବାରା ସୁଗୋ ପଞ୍ଚାୟତରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ତଦନ୍ତ କରାଯାଇ ନାହିଁ । ଭାଙ୍ଗି ଯାଇଥିବା ଘରକୁ ପଲିଥିନ ଟିଏ ମଧ୍ୟ ସହାୟତା ମିଳିପାରି ନଥିବା ଅଭିଯୋଗ ହୋଇଛି । ଏହାସହ କ୍ଷତିଗ୍ରସ୍ତ ଧାନ ଚାଷୀଙ୍କ ଧାନକୁ ସରକାର ମଣ୍ଡି ମାଧ୍ୟମରେ ତୁରନ୍ତ କିଣିବା ପାଇଁ ମଧ୍ୟ ଦାବି ହୋଇଛି ।

ଦୀର୍ଘ ସମୟ ଧାରଣା ପରେ ଜଳେଶ୍ବର ମ୍ୟୁନସିପାଲଟି ଅଧିକାରୀ ହୃଷିକେଶ ପାଣି ତହସିଲରେ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details