ବାଲେଶ୍ବର : ଆସନ୍ତା 22 ତାରିଖରୁ ଏକ ମାସ ଯାଏ ସିପିଆଇଏମ ପକ୍ଷରୁ ଘର ଘର ବୁଲି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୋଷ ଦୁର୍ବଳତା ଉପରେ ପ୍ରଚାର କରାଯିବ।
ସରକାରର ଦୋଷ ଦୁର୍ବଳତାକୁ ପ୍ରଚାର କରିବ ସିପିଆଇଏମ - କାଳିଆ ଯୋଜନା ପ୍ରହସନ
ବାଲେଶ୍ବର ଜିଲ୍ଲାରେ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦ) 22 ତାରିଖରୁ ଏକ ମାସ ପର୍ଯ୍ୟନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଫଳତାକୁ ପ୍ରତି ଘରେ ଘରେ ପ୍ରଚାର କରିବ । ଦେଶରେ ଲାଗି ରହିଥିବା ଅର୍ଥନୈତିକ ମାନ୍ଦାବସ୍ଥା,ବେକାରୀ ସମସ୍ୟା ବୃଦ୍ଧି, କାଳିଆ ଯୋଜନା ପ୍ରହସନ କୁ ଲୋକଲୋଚନକୁ ଆଣିବେ ।
ଫଟୋ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର
ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର
ବର୍ତ୍ତମାନ ଦେଶର ଅର୍ଥନୈତିକ କ୍ଷେତ୍ରରେ ଦେଖାଦେଇଥିବା ମାନ୍ଦାବସ୍ଥା, ବେକାରୀ ସମସ୍ୟା ବୃଦ୍ଧି, ସମ୍ବିଧାନ ଉପରେ ଆକ୍ରମଣ ପ୍ରସଙ୍ଗ ଲୋକଙ୍କ ପାଖରେ ପହଞ୍ଚାଇବେ। ରାଜ୍ୟ ସରକାରଙ୍କ କାଳିଆ ଯୋଜନା ପ୍ରହସନ, ରାଜ୍ୟରେ ଶିକ୍ଷା ଓ ସ୍ବାସ୍ଥ୍ୟବସ୍ଥାର ବିପର୍ଯ୍ୟୟ ଆଦିକୁ ନେଇ ସିପିଆଇଏମ ଘରଘର ବୁଲି ପ୍ରଚାର କରିବ। ଏହା ସହ ପ୍ରତି ବ୍ଲକରେ ପଥପ୍ରାନ୍ତ ସଭା ଆୟୋଜନ କରାଯିବ ବୋଲି ଜଣାପଡିଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ
Last Updated : Sep 21, 2019, 6:50 AM IST