ବାଲେଶ୍ବର: ଚିନ୍ତା ବଢାଉଛି ମହାମାରୀ କୋରୋନା । ବାଲେଶ୍ବରରେ ଏକ ଘରୋଇ କ୍ଲିନିକ କର୍ମଚାରୀଙ୍କ କୋରୋନା ପଜିଟିଭ ଆସିବା ପରେ ପ୍ରଶାସନର ଚିନ୍ତା ବଢିଛି । ଯାହାକୁ ନେଇ ଉକ୍ତ କ୍ଲିନିକ ସିଲ କରାଯାଇଛି । ଏହାସହ କୋଭିଡ ଗାଇଡ଼ ଲାଇନ ଉଲ୍ଲଂଘନ କରିଥିବା 7ଟି ପାଥୋଲ୍ୟାବ ସିଲ କରାଯାଇଛି ।ଜିଲ୍ଲାର ପ୍ରତି ବ୍ଲକରେ ଏମିତି ଚଢ଼ାଉ ଓ ତଦାରଖ କରାଯାଉଛି । ସିଲ ହୋଇଥିବା ପାଥୋଲ୍ୟାବ ଗୁଡିକରେ ସାମାଜିକ ଦୂରତା ନଥିବା, ମାସ୍କ ନପିନ୍ଧିବା ଓ ଉପଯୁକ୍ତ ଭାବେ ସାନିଟାଇଜ ବ୍ୟବସ୍ଥା ନଥିବା ଅଭିଯୋଗରେ ସେ ସବୁ ସିଲ କରାଯାଇଛି ।
କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ: 7 ପାଥୋଲ୍ୟାବ ସିଲ - Covid rule violations in balasore
ବାଲେଶ୍ବରରେ ଏକ ଘରୋଇ କ୍ଲିନିକ କର୍ମଚାରୀଙ୍କ କୋରୋନା ପଜିଟିଭ ଆସିବା ପରେ ପ୍ରଶାସନର ଚିନ୍ତା ବଢିଛି । ଯାହାକୁ ନେଇ ଉକ୍ତ କ୍ଲିନିକ ସିଲ କରାଯାଇଛି ।
କ୍ରମାଗତ ଭାବେ ବାଲେଶ୍ବରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନର ଚିନ୍ତା ବଢିଛି । ଘରୋଇ ନର୍ସିଂହୋମ ଓ ପାଥୋଲ୍ୟାବ ଗୁଡିକରେ ସାମାଜିକ ଦୂରତା ତଥା ସାନିଟାଇଜ ପ୍ରକ୍ରିୟା ଚାଲୁ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଥିଲା । ମାତ୍ର ରବିବାର ସହରର ଏକ ଘରୋଇ କ୍ଲିନିକ କର୍ମଚାରୀଙ୍କ କୋରୋନା ପଜିଟିଭ ଆସିବା ପରେ ଉକ୍ତ କ୍ଲିନିକ ସିଲ କରାଯାଇଛି । ସଂକ୍ରମଣ ରୋକିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ପ୍ରଶାସନ ଓ ପୋଲିସ ପ୍ରଶାସନର ଏକ 8 ଜଣିଆ ଟିମ ଆଜି(ସୋମବାର) ମେଡିକାଲ ରୋଡ଼ରେ ଥିବା ଘରୋଇ ପାଥୋଲାବ ଗୁଡିକ ଉପରେ ଚଢ଼ାଉ କରିଥିଲେ । ଆଗାମୀ ଦିନରେ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ସୂଚନା ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ