ଓଡିଶା

odisha

ETV Bharat / state

କୋଭିଡ ହସ୍ପିଟାଲର ନର୍ସଙ୍କ ଧାରଣା, ନିର୍ଯ୍ୟାତନା ଅଭିଯୋଗ - ନିର୍ଯ୍ୟାତନା ଅଭିଯୋଗ

କୋଭିଡ ହସ୍ପିଟାଲରେ ଠିକା ନର୍ସମାନଙ୍କୁ ମାନସିକ ସ୍ତରରେ ନିର୍ଯ୍ୟାତନା ଅଭିଯୋଗରେ ନର୍ସମାନେ ହସ୍ପିଟାଲରେ ଆଗରେ ଧାରଣା ଦେଇଛନ୍ତି । କୁରୁଡ଼ା ଠାରେ ଥିବା ଜ୍ୟୋତି ହସ୍ପିଟାଲ କୋଭିଡ ହସ୍ପିଟାଲର ନର୍ସମାନେ ଏଭଳି ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

କୋଭିଡ ହସ୍ପିଟାଲର ନର୍ସଙ୍କ ଧାରଣା, ନିର୍ଯ୍ୟାତନା ଅଭିଯୋଗ
କୋଭିଡ ହସ୍ପିଟାଲର ନର୍ସଙ୍କ ଧାରଣା, ନିର୍ଯ୍ୟାତନା ଅଭିଯୋଗ

By

Published : Jul 18, 2020, 11:09 PM IST

ବାଲେଶ୍ଵର: କୋଭିଡ ହସ୍ପିଟାଲରେ ଠିକା ନର୍ସମାନଙ୍କୁ ମାନସିକ ସ୍ତରରେ ନିର୍ଯ୍ୟାତନା ଅଭିଯୋଗରେ ନର୍ସମାନେ ହସ୍ପିଟାଲରେ ଆଗରେ ଧାରଣା ଦେଇଛନ୍ତି । କୁରୁଡ଼ା ଠାରେ ଥିବା ଜ୍ୟୋତି ହସ୍ପିଟାଲ କୋଭିଡ ହସ୍ପିଟାଲର ନର୍ସମାନେ ଏଭଳି ଧାରଣା ଦେଇଛନ୍ତି ।

କୋଭିଡ ହସ୍ପିଟାଲର ନର୍ସଙ୍କ ଧାରଣା, ନିର୍ଯ୍ୟାତନା ଅଭିଯୋଗ

ହସ୍ପିଟାଲରେ ମ୍ୟାନେଜର ନର୍ସମାନଙ୍କୁ ମାନସିକ ସ୍ତରରେ ନିର୍ଯ୍ୟାତନା ଦେବା ସହ ଏକୁଟିଆ ରୁମକୁ ଡାକୁଥିବା ନର୍ସମାନେ ଅଭିଯୋଗ କରିଛନ୍ତି । ଏହାସହ ସମ୍ପୃକ୍ତ ମ୍ୟାନେଜର ନର୍ସମାନଙ୍କ ନମ୍ବରରେ ଦ୍ଵିଅର୍ଥବୋଧକ ଭାବରେ ମେସେଜ ପଠାଉଥିବା ସେମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ଉକ୍ତ ମ୍ୟାନେଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବିକରି ନର୍ସମାନେ ହସ୍ପିଟାଲ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି । ଦୀର୍ଘସମୟ ଯାଏ ସେମାନଙ୍କ ପାଖରେ କେହି ପହଞ୍ଚି ନଥିବା ବେଳେ ବିଳମ୍ବିତ ରାତି ଯାଏ ନର୍ସମାନେ ଧାରଣା ଦେଇଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details