ବାଲେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗୁଛି । ଏନେଇ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯାଇଛି । ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଦେଇଛି ଏହାର ଓଲଟା ଚିତ୍ର ।
ବାଲେଶ୍ବର ଜିଲ୍ଲାରେ କୋଭିଡ଼ କଟକଣାକୁ କଡ଼ାକଡ଼ି କରାଯାଇଛି । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନକୁ ପାଳନ କରାଯାଉଛି । ଏଥିସହ ରାତ୍ରିକାଳୀନ କର୍ଫ୍ୟୁ ସହ ମାସ୍କ ଚେକିଂ ମଧ୍ୟ ଜୋରଦାର କରାଯାଉଛି। ସହରର ବିଭିନ୍ନ ଛକରେ ପୁଲିସ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ଏବଂ ନିୟମ ଉଲଙ୍ଘନକାରୀଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରୁଛି। ଏସବୁ ଭିତରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ନିୟମ କାର୍ଯ୍ୟକାରୀରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଡାକ୍ତରଖାନାରେ କୋରୋନା ନିୟମ କାର୍ଯ୍ୟକାରୀ ହେଲା ଭଳି କୌଣସି ଦୃଶ୍ୟ ଦେଖିବାକୁ ମିଳୁନାହିଁ । ଏଥିସହ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ କୌଣସି ପଦକ୍ଷେପମାନ ନିଆଯାଉ ନାହିଁ । ଡାକ୍ତରଖାନାକୁ ବିନା ମାସ୍କରେ ରୋଗୀମାନେ ପ୍ରବେଶ କରୁଥିବାର ଦେଖିବାକୁ ମିଳିଛି ।