ଓଡିଶା

odisha

By

Published : Jun 9, 2021, 4:26 PM IST

ETV Bharat / state

ସାବିତ୍ରୀ ଓଷା ପାଇଁ କୋରୋନା କଟକଣାକୁ ଫୁ

ସାବିତ୍ରୀ ଓଷା ପାଇଁ ବାଲେଶ୍ବର ବଜାରରେ ଲୋକଙ୍କ ପ୍ରବଳ ଭିଡ । ଫଳମୂଳ, ଶଙ୍ଖା, ଚୁଡି ସାଙ୍ଗକୁ ଘରକୁ କିଣି ନେଉଛନ୍ତି ସଂକ୍ରମଣ । ଅଧିକ ପଢନ୍ତୁ...

ସାବିତ୍ରୀ ଓଷା ପାଇଁ କୋରୋନା କଟକଣାକୁ ଫୁ
ସାବିତ୍ରୀ ଓଷା ପାଇଁ କୋରୋନା କଟକଣାକୁ ଫୁ

ବାଲେଶ୍ବର: ସାବିତ୍ରୀ ଓଷା ପାଇଁ କୋରୋନା କଟକଣାକୁ ଫୁ । ସାମାଜିକ ଦୂରତ୍ବ ନିୟମକୁ ବେଖାତିର କରି ଓଷା ପାଇଁ ଲୋକେ ବଜାରରେ ପ୍ରବଳ ଭିଡ ଲଗାଉଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଦୃଶ୍ୟ ପରିଲିକ୍ଷିତ ହେଉ ଥିବାବେଳେ ବାଲେଶ୍ବରରେ ମଧ୍ୟ ଏହାର ସମାନ ଚିତ୍ର ଦେଖାଯାଉଛି । ଓଷା ପାଇଁ ବଜାରରେ ଲୋକଙ୍କ ଖଚା ଖଚ ଭିଡ ।

ସାବିତ୍ରୀ ଓଷା ପାଇଁ କୋରୋନା କଟକଣାକୁ ଫୁ



ଆସନ୍ତାକାଲି(ଗୁରୁବାର) ସାବିତ୍ରୀ ବ୍ରତ । ସ୍ବାମୀଙ୍କ ଶୁଭ ମନାସି ପତ୍ନୀମାନେ ପାଳନ କରିବେ ଏହି ବ୍ରତ । ବ୍ରତରେ ଫଳମୂଳ, ଚୁଡ଼ି, ଶଙ୍ଖା, ଶାଢୀ ଆଦି ବ୍ୟବହାର କରାଯାଇଥାଏ । ତେଣୁ ଏସବୁ ସାମଗ୍ରୀ ପାଇଁ ବଜାରରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଅନ୍ୟପଟେ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଲକଡାଉନ ଏବଂ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି । ମାତ୍ର ଲୋକେ ଓଷା ବ୍ରତ ପାଇଁ ନିୟମ ଉଲ୍ଲଙ୍ଘନ କରି ସଂକ୍ରମଣ ବୃଦ୍ଧି କରୁଥିବା ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ଜନସାଧାରଣଙ୍କୁ ସ୍ବତଃପ୍ରବୃତ ଭାବେ ନିୟମ ପାଳନ କରିବା ଆବଶ୍ୟକତା ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details