ବାଲେଶ୍ଵର: ଆଜି ଜିଲ୍ଲାରେ ପୁଣି 12 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 102ରେ ପହଞ୍ଚିଛି । ଆକ୍ରାନ୍ତମାନେ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ଜଣାପଡିଛି ।
ବେସରକାରୀ ସୂତ୍ରରୁ ଯାହା ଜଣାପଡିଛି, ସିମୁଳିଆ ଅଞ୍ଚଳରେ 3 ଜଣ, ବାଲିଆପାଳରେ 4 ଜଣ, ବାହାନଗା ଅଞ୍ଚଳରେ 3 ଜଣ, ବାଲେଶ୍ଵର ବାରବାଟୀ ଅଞ୍ଚଳରେ ଜଣେ ଓ ନିଳିଆବାଗ ଅଞ୍ଚଳର ଜଣେ ରହିଛନ୍ତି । ସେହିପରି 12 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 7ଜଣ ପଶ୍ଚିମବଙ୍ଗ ଫେରନ୍ତା, 2ଜଣ ସୁରଟ ଫେରନ୍ତା, ଜଣେ ମହାରାଷ୍ଟ୍ର ଫେରନ୍ତା, ଜଣେ ଦିଲ୍ଲୀ ଫେରନ୍ତା ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ।