ବାଲେଶ୍ଵର: ବାଲେଶ୍ଵରରେ ପୁଣି ଡରାଇଲାଣି କରୋନା । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । କୋଭିଡ କେୟାର ସେଣ୍ଟର ପାଖରୁ ଆରମ୍ଭ କରି କୋଭିଡ ହସ୍ପିଟାଲ ପର୍ଯ୍ୟନ୍ତ ସମସ୍ତ ପଦକ୍ଷେପ ନିଆଯାଉଛି । ସେହିପରି କରୋନା ସ୍ଥିତିକୁ ଆଖିରେ ରଖି ସୀମାରେ କଡାକଡି ଚେକିଂ ମଧ୍ୟ କରାଯାଉଛି ।
ବାଲେଶ୍ଵରରେ କୋରୋନା ଅଣାୟତ୍ତ, ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କ ଆହ୍ବାନ - ବାଲେଶ୍ଵର ଜିଲ୍ଲାପାଳଙ୍କ ସତର୍କତା ଆହ୍ବାନ
ବାଲେଶ୍ଵରରେ ବଢୁଥିବା କୋରୋନାକୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । କୋଭିଡ କେୟାର ସେଣ୍ଟର ପାଖରୁ ଆରମ୍ଭ କରି କୋଭିଡ ହସ୍ପିଟାଲ ପର୍ଯ୍ୟନ୍ତ ସମସ୍ତ ପଦକ୍ଷେପ ନିଆଯାଉଛି । କରୋନା ସ୍ଥିତିକୁ ଆଖିରେ ରଖି ସୀମାରେ କଡାକଡି ଚେକିଂ ମଧ୍ୟ କରାଯାଉଛି । ଅଧିକ ପଢନ୍ତୁ...
ବାଲେଶ୍ଵରରେ କୋରୋନା ଅଣଆୟତ୍ତ, ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କ ଆହ୍ବାନ
ବାହାର ରାଜ୍ୟରୁ କେହି ଆସିଲେ ଆରଟିପିସିଆର ଟେଷ୍ଟ ଆବଶ୍ୟକ ହୋଇଥିବା ବେଳେ ପଜିଟିଭ ହେଲେ ହୋମ ଆଇସୋଲେସନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଦୋକାନ ବଜାରରେ ଭିଡ଼ ନକରିବା ଓ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ