ଓଡିଶା

odisha

କୋରୋନା ଭୟ: ଅନ୍ତିମ ସଂସ୍କାର କଲେ ବାଲେଶ୍ବର ଯୁବ ବିଜେଡି

By

Published : Jun 4, 2021, 6:16 AM IST

ବାଲେଶ୍ବର ରେମୁଣା ନିର୍ବାଚନ ମଣ୍ଡଳୀ କୁରୁଡ଼ା ପଞ୍ଚାୟତରେ ଜଣେ କ୍ୟାନ୍ସରରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମୃତଦେହକୁ କୋରୋନାରେ ମୃତ୍ୟୁବରଣ କରିଥିବା ଭାବି ଛୁଇଁଲେନି ପାଖ ପଡୋଶୀ । ଅଧିକ ପଢନ୍ତୁ...

କୋରୋନା ଭୟ: ଅନ୍ତିମ ସଂସ୍କାର କଲେ ଯୁବ ବିଜେଡି
କୋରୋନା ଭୟ: ଅନ୍ତିମ ସଂସ୍କାର କଲେ ଯୁବ ବିଜେଡି

ବାଲେଶ୍ବର: କୋରୋନା ବେଳେ ଧୀରେ ଧୀରେ ହଜି ଯାଉଛି ସହଯୋଗ ଓ ମାନବିକତା । ସେହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀ କୁରୁଡ଼ା ପଞ୍ଚାୟତରେ । କୁରୁଡ଼ା ଅଞ୍ଚଳର ଅଜୟ ମହାକୁଡ଼ଙ୍କ କ୍ୟାନ୍ସରରେ ଦେହାନ୍ତ ହୋଇଥିଲା। ମାତ୍ର ପାଖ ପଡୋଶୀ କୋରୋନାରେ ଦେହାନ୍ତ ହୋଇଥିବା ସନ୍ଦେହ କରି ତାଙ୍କ ଅନ୍ତିମ ସଂସ୍କାର ପାଇଁ ଆସି ନଥିଲେ।

ଏ ବିଷୟରେ ଖବରପାଇ ବାଲେଶ୍ୱର ଜିଲ୍ଲା ଯୁବ ବିଜେଡି ସଭାପତି ତାପସ ପରିଡାଙ୍କ ତତ୍ତ୍ବାବଧାନରେ ଅନ୍ୟ ଯୁବକର୍ମୀମାନେ ମୃତ ଅଜୟଙ୍କ ଘରେ ପହଞ୍ଚି ସମସ୍ତ କ୍ରିୟାକର୍ମରେ ସହଯୋଗ କରିଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details