ବାଲେଶ୍ବର: କୋରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ ହୋଇଥିବା ବେଳେ ଅସହାୟମାନଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ବାଲେଶ୍ୱରର କିଛି ସ୍ବେଚ୍ଛାକର୍ମୀ ଓ ସଂଗଠନ । ବାଲେଶ୍ଵର ସହରରେ ଥିବା ଭୋକିଲା ପେଟରେ ଦାନା ଦେବାପାଇଁ ସଙ୍ଗଠନ ଗୁଡିକ ଦ୍ୱାରା ଖାଦ୍ୟ ରୋଷେଇ କରି ବାଣ୍ଟୁଥିବା ଦେଖିବାକୁ ମିଳିଛି । ଯେଉଁ ପୋଲିସମାନେ ଦିନ ତମାମ ଖରାରେ ଠିଆ ହୋଇ ଡ୍ୟୁଟି କରୁଛନ୍ତି ସେମାନଙ୍କୁ ମଧ୍ୟ ଖାଇବା ବଣ୍ଟା ଯାଉଥିବା ଦେଖିବାକୁ ମିଳୁଛି ।
କୋରୋନା ପ୍ରଭାବ, ଅସହାୟଙ୍କୁ ସହାୟ ହେଉଛନ୍ତି ବିଭିନ୍ନ ସଂଗଠନ - Balesore organizations helping
କୋରୋନା ଲାଗି ଭୟଭୀତ ସାରା ବିଶ୍ବ । 21 ଦିନ ଧରି ଲକଡାଉନ ଅଛି ଦେଶ । ଏପରି କ୍ଷେତ୍ରରେ ଗରିବ ଏବଂ ଯେଉଁମାନେ ଜନତା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ବାଲେଶ୍ୱରର କିଛି ସ୍ବେଚ୍ଛାକର୍ମୀ ଓ ସଂଗଠନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଅସହାୟଙ୍କୁ ସହାୟ ହେଉଛନ୍ତି ବିଭିନ୍ନ ସଂଗଠନ
ବାଲେଶ୍ୱରର ଯୁବଗୋଷ୍ଠୀ ମଧ୍ୟ ଏଥିରୁ ବାଦ ପଡ଼ି ନାହାଁନ୍ତି । ଯୁବଗୋଷ୍ଠୀମାନେ ଅସହାୟମାନଙ୍କୁ ନିଜ ସକ୍ଷମରେ ଶୁଖିଲା ଖାଦ୍ୟ ଯୋଗାଇ ଦେଉଛନ୍ତି । ସହରର ପରୀ, ପ୍ରୟାସ ପରିବାର, ଦୁଃଖ ସୁଖର ସାଥି ଭଳି ଅନେକ ସଂଗଠନ ଅସହାୟମାନଙ୍କୁ ଏହି ଖାଦ୍ୟ ବାଣ୍ଟୁଥିବା ଦେଖିବାକୁ ମିଳିଛି । ସେହିପରି କିଛି ବ୍ୟକ୍ତି ବିଶେଷ ଭୋକିଲା ଗୋରୁଗାଈଙ୍କୁ ଖାଦ୍ୟ ଖୁଆଉଥିବା ମଧ୍ୟ ଦେଖିବାକୁ ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Mar 27, 2020, 8:16 PM IST