ବାଲେଶ୍ବର: ଦୁଗ୍ଧ ଚାଷୀଙ୍କ ଠାରୁ କମ୍ପାନୀ ଦୁଗ୍ଧ ନନେବାରୁ ଦୁଗ୍ଧଚାଷୀ ମାନେ 80 ଲିଟରରୁ ଉର୍ଦ୍ଧ କ୍ଷୀର ରାସ୍ତାରେ ଢାଳି ଦେଇଥିବା ଦେଖିବାକୁ ମିଳିଛି । କୋରୋନା ପାଇଁ ଏବେ ସାରାଦେଶ ଲକଡାଉନ ଯୋଗୁଁ ଅନେକ ଅସହାୟ ଭୋକ ଉପାସରେ ରହୁଥିବା ବେଳେ ବ୍ୟବସାୟୀ ଏମିତି କ୍ଷୀର ନଷ୍ଟ କରିବାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ବାହାନଗା ବ୍ଲକ ରାଣିଆଗଞ୍ଜ ଗ୍ରାମରେ। ବାହାନଗା ବ୍ଲକ ରାଣିଆଗଞ୍ଜ ଗ୍ରାମରେ ଥିବା ଏହି ସମିତିରେ ତାଳକୁରୁଣିଆ ଓ ଖରାସାହାପୁର ପଞ୍ଚାୟତର ୩୫ରୁ ଉର୍ଦ୍ଧ ମହିଳା ଚାଷୀ ପ୍ରତିଦିନ ଗୋପାଳପୁର ବଜାରରେ ଥିବା ବାମୁଲ କମ୍ପାନୀକୁ କ୍ଷୀର ଦିଅନ୍ତି ।