ଓଡିଶା

odisha

ETV Bharat / state

ଆଗକୁ ସମବାୟ ନିର୍ବାଚନ, ସଜବାଜ ଆରମ୍ଭ କଲା BJD - ସମବାୟ ନିର୍ବାଚନ 2022

ଆଗାମୀ ସମବାୟ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲାଣି ବିଜେଡି । ତିନି ଜିଲ୍ଲାର ନେତୃବୃନ୍ଦଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ

ସମବାୟ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି;ତିନି ଜିଲ୍ଲାର ନେତୃବୃନ୍ଦଙ୍କୁ ନେଇ କର୍ମଶାଳା
ସମବାୟ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି;ତିନି ଜିଲ୍ଲାର ନେତୃବୃନ୍ଦଙ୍କୁ ନେଇ କର୍ମଶାଳା

By

Published : May 22, 2022, 1:05 PM IST

ବାଲେଶ୍ବର:ଆଗାମୀ ସମବାୟ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲାଣି ବିଜେଡି । ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ସମବାୟ ନିର୍ବାଚନ ଦାୟିତ୍ବ ବାଲେଶ୍ଵର ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କୁ ମିଳିବା ପରେ ତିନୋଟି ଜିଲ୍ଲାର ନେତାଙ୍କୁ ନେଇ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମାନସ ମନ୍ଥନ । ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ୨୨ ନିର୍ବାଚନ ମଣ୍ଡଳୀ ରହିଛି । ସେଥିରୁ ବିଜୁ ଜନତା ଦଳ ଅଧୀନରେ ୧୪ଟି ନିର୍ବାଚନ ମଣ୍ଡଳୀ ରହିଛି। ତିନି ଜିଲ୍ଲାର ନେତୃବୃନ୍ଦଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସମବାୟ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି;ତିନି ଜିଲ୍ଲାର ନେତୃବୃନ୍ଦଙ୍କୁ ନେଇ କର୍ମଶାଳା

ଆଗାମୀ ସମବାୟ ନିର୍ବାଚନକୁ ବି ସମସ୍ତେ ଏକଜୁଟ ହୋଇ ଜିତାଇବାକୁ ପଡ଼ିବ ବୋଲି ଦଳ ପକ୍ଷରୁ ଆହ୍ବାନ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବରିଷ୍ଠ ବିଧାୟକ ଅଶ୍ବିନୀ ପାତ୍ର ଓ ମୋରଡ଼ା ବିଧାୟକ ରାଜକିଶୋର ଦାସ ଯୋଗ ଦେଇଥିଲେ । ସେହିପରି ,କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ୍‌, ବାଲେଶ୍ବର ସଦର ବିଧାୟକ ସ୍ବରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସୋର ବିଧାୟକ ପର୍ଶୁରାମ ଧଡ଼ା, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ସଦର ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ୍‌ଙ୍କ ସମେତ ବହୁ ନେତା ଏଥିରେ ଉପସ୍ଥିତ ରହିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ABOUT THE AUTHOR

...view details