ବାଲେଶ୍ବର: ବିଭିନ୍ନ ଦାବି ନେଇ ସହରର ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାମାନେ ବିକ୍ଷୋଭକୁ ଓହ୍ଲାଇଛନ୍ତି । ଏନେଇ ଷ୍ଟେସନ ଛକରୁ ଏକ ଶୋଭାଯାତ୍ରାରେ ବିକ୍ଷୋଭକାରୀମାନେ ବାହାରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲେ ।
ବିଭିନ୍ନ ଦାବି ନେଇ ରାଜରାସ୍ତାରେ ପାଚିକା ସଂଘ - ପାଚିକା ସଂଘ
ବିଭିନ୍ନ ଦାବି ନେଇ ସହରର ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାମାନେ ବିକ୍ଷୋଭକୁ ଓହ୍ଲାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ସୂଚନା ଅନୁଯାୟୀ ମଧ୍ୟାହ୍ନ ଭୋଜନ କର୍ମୀଙ୍କୁ ଘରୋଇକରଣ ବନ୍ଦ କରିବା, ଅବସର ବୟସ ବୃଦ୍ଧି କରିବା, 2018 ଜାନୁଆରୀ ମାସଠାରୁ 2 ହଜାର ଟଙ୍କା ଭତ୍ତା ପ୍ରଦାନ କରିବା ଭଳି ଦାବି ଉଠାଇଥିଲେ ପାଚିକା ସଂଘ । ଏନେଇ ବିକ୍ଷୋଭକାରୀମାନେ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ