ବାଲେଶ୍ବର: ପରିସ୍ଥିତିକୁ ଦେଖି ସହରରେ ବଢାଯାଇଛି କଣ୍ଟେନମେଣ୍ଟ କଟକଣା । ନିଳିଆବାଗ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହୋଇଥିଲା । ତେବେ ଶନିବାର ଏହାର ଅବଧି ଶେଷ ହେଉଥିଲା ।
ମାତ୍ର ସଂକ୍ରମଣ ବୃଦ୍ଧି ଯୋଗୁଁ ଉକ୍ତ ଅଞ୍ଚଳରେ ଆସନ୍ତା ମେ ମାସ 2 ତାରିଖ ଯାଏଁ କଣ୍ଟେନମେଣ୍ଟ କଟକଣା ବୃଦ୍ଧି ପାଇଛି । ଗତ ଏପ୍ରିଲ 18ରେ ବାଲେଶ୍ବରରେ ପ୍ରଥମ କୋରୋନା ଆକ୍ରାନ୍ତ ନିଳିଆବାଗ ଅଞ୍ଚଳରେ ଚିହ୍ନଟ ହୋଇଥିଲା ।