ଓଡିଶା

odisha

ETV Bharat / state

ଟାଟା ପାୱାରର ମନମାନି, ଅଫିସ ଘେରିଲେ ଉପଭୋକ୍ତା - ବାଲେଶ୍ୱର ବିଦ୍ୟୁତ ଅଫିସ ଘେରାଉ

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଝାଟିଆ ଠାରେ ଥିବା ଗଣ୍ଡିବେଡ଼ ବିଦ୍ୟୁତ ସେକ୍ସନ ଅଫିସ ଘେରିଲେ ଉପଭୋକ୍ତା । ଅଧିକ ପଢନ୍ତୁ

ଟାଟା ପାୱାରର ମାନମାନି, ଅଫିସ ଘେରିଲେ ଉପଭୋକ୍ତା
ଟାଟା ପାୱାରର ମାନମାନି, ଅଫିସ ଘେରିଲେ ଉପଭୋକ୍ତା

By

Published : Apr 27, 2022, 8:26 PM IST

ବାଲେଶ୍ୱର: ଜିଲ୍ଲାର ଖଇରା ବ୍ଲକ ଝାଟିଆ ଠାରେ ଥିବା ଗଣ୍ଡିବେଡ଼ ବିଦ୍ୟୁତ ସେକ୍ସନ ଅଫିସ ଘେରିଲେ ଉପଭୋକ୍ତା । ଟାଟା ପାୱାରର ମନମାନି ଯୋଗୁଁ ପ୍ରବଳ ଗରମରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ବିଦ୍ୟୁତ ସେବାରେ ବ୍ୟତିକ୍ରମକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଥିଲା ।

ଟାଟା ପାୱାରର ମାନମାନି, ଅଫିସ ଘେରିଲେ ଉପଭୋକ୍ତା
ଗଣ୍ଡିବେଡ଼ ବିଦ୍ୟୁତ ସେକ୍ସନ ଅଞ୍ଚଳରେ ପ୍ରତ୍ୟେକ ଦିନ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ହେବା ସହିତ ନୂତନ ବିଦ୍ୟୁତ କନେକ୍ସନ ପାଇଁ ଉପଭୋକ୍ତାମାନେ ମାସ ମାସ ଧରି ଟଙ୍କା ଡିପୋଜିଟ କରିଥିଲେ ବି କନେକ୍ସନ ଦିଆଯାଉ ନାହିଁ । ଫଳରେ ଅତ୍ୟଧିକ ଖରା ଯୋଗୁଁ ଅସହ୍ୟ ଗରମରେ ହଇରାଣ ହରକତ ହେଉଛନ୍ତି ଲୋକେ ।

ଅନ୍ୟପଟେ କିଛି ଗ୍ରାହକ ବିଦ୍ୟୁତ ବିଲ ଦେଇଥିଲେବି ସେମାନଙ୍କୁ ରସିଦ ଦିଆଯାଉନାହିଁ ପରବର୍ତ୍ତୀ ସମୟରେ ସେମାନଙ୍କ ଉପରେ ହଜାର ହଜାର ଟଙ୍କାର ଫାଇନ ଲଗାଯାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଲୋକମାନେ ଅଫିସ ଘେରିବା ସହିତ ଏକ ଦାବିପତ୍ର ଦେଇଛନ୍ତି । ଆଗାମୀ ୮ଦିନ ମଧ୍ୟରେ ଏହାର ସମାଧାନ ନହେଲେ ଆନ୍ଦୋଳନ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details