ବାଲେଶ୍ଵର:ସଦର ଉପନିର୍ବାଚନ ନେଇ ତାତି ବଢ଼ିବାରେ ଲାଗିଛି । ବିଜେପିର ଦିବଂଗତ ବିଧାୟକଙ୍କ ପୁତ୍ର ମାନସ ଦତ୍ତଙ୍କୁ ବିଧାୟକ ପ୍ରାର୍ଥୀ କରିଥିବା ବେଳେ ବିଜେଡିର ସ୍ବରୂପ ଦାସଙ୍କ ପ୍ରାର୍ଥୀତ୍ବକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି ।
କଂଗ୍ରେସ ଜଣେ ମହିଳାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଉପସ୍ଥାପିତ କରାଇଛି । ସମାଜସେବୀ ମମତା କୁଣ୍ଡୁଙ୍କ ନାମ ଦଳ ଘୋଷଣା କରିଥିବା ବେଳେ ମମତାଙ୍କ କାର୍ଯ୍ୟଦକ୍ଷତାକୁ ନେଇ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛି । ପ୍ରବକ୍ତା ସୁଦର୍ଶନ ଦାସ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମମତାଙ୍କ ଯୋଗ୍ୟତା ତଥା ଜଣେ ମହିଳାଙ୍କୁ ବିଧାନସଭା ପଠାଇବାକୁ ଅନୁରୋଧ କରିଛନ୍ତି । ଏହାସହ ବାଲେଶ୍ଵର ବିକାଶ ଦିଗରେ କେବଳ କଂଗ୍ରେସର ହାତ ହିଁ ରହିଛି। ଅନ୍ୟ ଦଳ କୌଣସି ବିକାଶ କରି ନଥିବା ସୁଦର୍ଶନ ଦାସ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।