ଓଡିଶା

odisha

ETV Bharat / state

ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ, ବାଲେଶ୍ଵର ବିକାଶ ନେଇ ଉଠିଲା ପ୍ରଶ୍ନ - Congress questions about the development of Baleshwar in press meet\

ବାଲେଶ୍ଵର ବିକାଶ ଚିତ୍ର ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବାଲେଶ୍ଵର ଛାତ୍ର ଓ ଯୁବକଂଗ୍ରେସ । ଅଧିକ ପଢନ୍ତୁ...

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରସ, ବାଲେଶ୍ଵର ବିକାଶ ନେଇ ଉଠିଲା ପ୍ରଶ୍ନ
ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରସ, ବାଲେଶ୍ଵର ବିକାଶ ନେଇ ଉଠିଲା ପ୍ରଶ୍ନ

By

Published : Aug 17, 2021, 12:24 PM IST

ବାଲେଶ୍ବର: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ । ବାଲେଶ୍ଵର ଛାତ୍ର ଓ ଯୁବକଂଗ୍ରେସ ପକ୍ଷରୁ ବାଲେଶ୍ଵର ବିକାଶ ଚିତ୍ର ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଅଭିଯୋଗ ଅନୁସାରେ, ଦୀର୍ଘ ୨୧ ବର୍ଷ ହେବ ରାଜ୍ୟରେ ବିଜୁ ଜନତା ଦଳର ସରକାର ଏବଂ ବାଲେଶ୍ଵର ଜିଲ୍ଲାର ବିଶେଷ କରି ବାଲେଶ୍ବର ସଦର ବିଧାନ ସଭା ନିର୍ବାଚନ ମଣ୍ଡଳିରେ ପାଖାପାଖି ୧୫ଜଣ ବିଜୁ ଜନତା ଦଳର ବିଧାୟକ ନିର୍ବାଚିତ ହୋଇଛନ୍ତି। ମାତ୍ର କେବଳ ପ୍ରତିଶ୍ରୁତିରେ ବାଲେଶ୍ଵରର ବିକାଶ ଅଟକିଥିବା କୁହାଯାଇଛି।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରସ, ବାଲେଶ୍ଵର ବିକାଶ ନେଇ ଉଠିଲା ପ୍ରଶ୍ନ

ଦୀର୍ଘ ୧୧ ବର୍ଷ ତଳେ ୨୦୧୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେମୁଣାର ଗଣେଶ୍ବରପୁର ଠାରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଯେଉଁଠି ଆଜିଯାଏ କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ। ସେହିପରି ସହରର ସିଟିବସ ସେବା ପାଇଁ 2 କୋଟି ଟଙ୍କା ବ୍ୟୟରେ 10ଟି ବସ ଆସିଥିଲେ ମଧ୍ୟ ଆଜି ସବୁ ବସଗୁଡିକ ଗାନ୍ଧିସ୍ମୃତି ଭବନରେ ଖତ ଖାଉଛି। 2010ରେ ଫର୍ଚ୍ୟୁନ ଟାୱାର ନିର୍ମାଣ ପାଇଁ 36 କୋଟି ଟଙ୍କାରେ ନିର୍ମାଣ ହେବାନେଇ ପ୍ରତିଶୃତି ଦିଆଯାଇଥିଲା, ଯାହା ଆଜି ସମ୍ପୂର୍ଣ୍ଣ ଧୂଆଁବାଣ ବୋଲି ଅଭିଯୋଗ ହୋଇଛି। ବଡଖୁଆଠାରେ ପାର୍କ ନିର୍ମାଣ କାର୍ଯ୍ୟ ମଧ୍ୟ ସେମିତି ପଡି ରହିଛି।

ଅନ୍ୟପଟେ କିଛିଦିନ ତଳେ ପ୍ରସ୍ତାବିତ ଇଣ୍ଡୋର ଷ୍ଟାଡିଅମ ପାଇଁ ଚିହ୍ନଟ ଜାଗା ବିବାଦୀୟ ବୋଲି ଜଣାପଡିଛି। ଅସରାଏ ବର୍ଷାରେ ସାରା ସହର ଜଳମଗ୍ନ ହେଉଥିବା ବେଳେ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏସବୁ ଦାବି ଉପରେ ଦୃଷ୍ଟି ଦିଆ ନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ବାଲେଶ୍ଵର ଛାତ୍ର ଓ ଯୁବକଂଗ୍ରେସ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details