ବାଲେଶ୍ଵର: ପୌରପରିଷଦରେ ଅବ୍ୟବସ୍ଥା ଓ ଦୁର୍ନୀତି ଅଭିଯୋଗରେ ଟାଉନ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ 10 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ପୌରପରିଷଦରେ ଅବ୍ୟବସ୍ଥା ଓ ଦୁର୍ନୀତି ଅଭିଯୋଗରେ କଂଗ୍ରେସର ବିକ୍ଷୋଭ - ବାଲେଶ୍ଵର ଖବର
ପୌରପରିଷଦରେ ଅବ୍ୟବସ୍ଥା ଓ ଦୁର୍ନୀତି ଅଭିଯୋଗରେ ଟାଉନ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଏନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ 10 ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ....
ପୌରପରିଷଦରେ ଅବ୍ୟବସ୍ଥା ଓ ଦୁର୍ନୀତି ଅଭିଯୋଗରେ କଂଗ୍ରେସର ବିକ୍ଷୋଭ
ପୌରପରିଷଦରେ ଅବ୍ୟବସ୍ଥା ଓ ଦୁର୍ନୀତି ଅଭିଯୋଗରେ କଂଗ୍ରେସର ବିକ୍ଷୋଭ
ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀମାନଙ୍କୁ ତାଲିକାଭୁକ୍ତ ନକରିବା, ବିଭିନ୍ନ ୱାର୍ଡରେ ମଶା ଦାଉରୁ ରକ୍ଷା ପାଇବା ପାଇଁ ମେଡ଼ିସିନ ସିଞ୍ଚନ କରାନଯିବା ଭଳି ଅବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ପୌରପରିଷଦରେ ଖତ ଖାଉଥିବା ସିଟି ବସ ତୁରନ୍ତ ଚଳାଇବା, ନୂତନ ଭାବେ ତିଆରି ହୋଇଥିବା କଲ୍ୟାଣ ମଣ୍ଡପକୁ କାର୍ଯ୍ୟକାରୀ କରିବା, ସହରର ଅଳିଆ ଆବର୍ଜନା ନିୟମିତ ଭାବେ ସଫା କରିବା, ରାସ୍ତା ଘାଟ ମରାମତି କରିବା ଭଳି କଂଗ୍ରେସ ପକ୍ଷରୁ ଦାବି ହୋଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ