ବାଲେଶ୍ଵର: କୋରୋନା କଟକଣା ପାଇଁ ଅନେକ ଲୋକ ଜୀବିକା ହରାଇଛନ୍ତି । ଏଥିପାଇଁ ସରକାର ଚିନ୍ତା କରିବାର ଆଵଶ୍ୟକତା ରହିଛି ବୋଲି ଦାବି କରିଛି ବାଲେଶ୍ଵର ଜିଲ୍ଲା କଂଗ୍ରେସ । ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ କୋଭିଡ ସେଣ୍ଟରରେ ପରିଣତ କରିବା ସହ ଆଇସିୟୁ ବେଡ ଅଧିକ କରିବା ଓ କୋଭିଡ ଟୀକାକରଣରେ ବହୁମାତ୍ରାରେ ଲୋକମାନଙ୍କୁ ସାମିଲ କରାଯିବା ପାଇଁ କଂଗ୍ରେସ ଦାବି କରିଛି । ଏନେଇ କଂଗ୍ରେସ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
କୋଭିଡ ଟୀକାକରଣ ନେଇ ଦାବି ରଖିଲା କଂଗ୍ରେସ - Congress demands
ବାଲେଶ୍ଵର ଜିଲ୍ଲା କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଅଧିକ ପଢନ୍ତୁ...
କୋଭିଡ ଟୀକାକରଣ ନେଇ କଂଗ୍ରେସ ରଖିଲା ଦାବି
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ